ନୂଆଦିଲ୍ଲୀ: ରେସଲର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏହା ପ୍ରାୟ ୬ ଘଂଟା ଧରି ଚାଲିଥିଲା । ବୈଠକ ପରେ ସାକ୍ଷୀ ମଲିକ କହିଛନ୍ତି ସରକାର ୧୫ ଜୁନ ସୁଦ୍ଧା ଯାଂଚ ଶେଷ କରିବା ପାଇଁ ସମୟ ମାଗିଛନ୍ତି । ଏହି ସମୟ ମଧ୍ୟରେ ରେସଲରମାନେ କୌଣସି ପ୍ରକାରର ଆନ୍ଦୋଳନ କରିବେ ନାହିଁ । ଏହା ପରେ ଯଦି ଯାଂଚ ସମ୍ପୂର୍ଣ୍ଣ ନ ହେବ ତାହାହେଲେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ବଜରଙ୍ଗ ପୁନିଆ କହିଛନ୍ତି । ବଜରଙ୍ଗଙ୍କ ନେତୃତ୍ୱରେ କ୍ରୀଡା ମନ୍ତ୍ରୀଙ୍କ ସହ ଏହି ବୈଠକ ଆରମ୍ଭ ହୋଇଥିଲା । ବୈଠକ ପରେ କ୍ରୀଡା ମନ୍ତ୍ରୀ ମଧ୍ୟ ବୈଠକ ସକାରାତ୍ମକ ରହିଥିଲା ବୋଲି କହିଛନ୍ତି ।
ଏହା ବ୍ୟତୀତ ୩୦ ଜୁନ ମଧ୍ୟରେ ରେସଲିଂ ଫେଡେରେଶନର ନିର୍ବାଚନ କରାଇବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ରେସଲରଙ୍କ ଉପରୁ ସମସ୍ତ କେସ ପ୍ରତ୍ୟାହାର ନେଇ ମଧ୍ୟ ସହମତି ହୋଇଥିବା ଜଣାପଡିଛି । ଏହା ପୂର୍ବରୁ ରେସଲରମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ, ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଷ୍ମର୍ମ ଅଭିଯୋଗ ଆଣି ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଥିଲେ ।
Comments are closed.