Latest Odisha News

BREAKING NEWS

ରେସଲରଙ୍କ ଉପରେ ବର୍ଷିଲେ ବ୍ରିଜଭୂଷଣ: କହିଲେ, ଗଙ୍ଗାରେ ମେଡାଲ ଭସାଇଲେ କିଛି ମିଳିବନି; ପୋଲିସକୁ ପ୍ରମାଣ ଦିଅ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ମେଡାଲ ଫିଙ୍ଗିବେ ବୋଲି  ରେସଲରମାନେ ଗତକାଲି ଚେତାବନୀ ଦେବାପରେ ଏହାର ଜବାବ ରଖିଛନ୍ତି ବ୍ରିଜ ଭୂଷଣ ।  ରେସଲରଙ୍କ ଉପରେ ବର୍ଷିବା ସହ ବ୍ରିଜ ଭୂଷଣ କହିଛନ୍ତି, ଗଙ୍ଗାରେ ମେଡୋଲ ଭସାଇ ଦେଲେ କିଛି ମିଳବନି  । ବରଂ ପୋଲିସକୁ ପ୍ରମାଣ ଦିଅ ।

ଆନ୍ଦୋଳନରତ ରେସଲରମାନଙ୍କୁ କଡା ଜବାବ ଦେଇ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ କହିଛନ୍ତି, ଭଗବାନ ମୋ ଦ୍ୱାରା କୌଣସି ବଡ କାମ କରାଇବାକୁ ଚାହୁଁଛନ୍ତି । ସେ ପୁଣି ଥରେ କହିଛନ୍ତି, ମୋ ବିରୁଦ୍ଧରେ ଗୋଟିଏ ଅଭିଯୋଗ ସତ ସାବ୍ୟସ୍ତ ହେଲେ ମୁଁ ଫାସୀରେ ଚଢିବାକୁ ବି ପ୍ରସ୍ତୁତ ଅଛି ।

ବ୍ରିଜ ଭୂଷଣ କହିଛନ୍ତି, ମୋ ବିରୋଧରେ ଏପରି ଅଭିଯୋଗ ଆଣିବା ପରଠାରୁ ମୁଁ ବାରମ୍ବାର ପଚାରୁଛି ଏସବୁ କେବେ ଓ କେଉଁଠି ହୋଇଥିଲା ? ସେ କହିଛନ୍ତି, ମୁଁ ଅଯୋଧ୍ୟାର ବାସିନ୍ଦା ଯେଉଁଠି ବଚନ ରକ୍ଷା କରିବା ପାଇଁ ଜୀବନ ଦେଇଥାନ୍ତି । ମୋ ବିରୋଧରେ ଅଭିଯୋଗ ଆଣିବାର ୪ ମାସ ହୋଇଗଲାଣି । ସମାନ କଥା ମୁଁ ପୁଣି ଦୋହରାଉଛି । ଯଦି ମୋ ବିରୋଧରେ ଗୋଟିଏ ବି ଅଭିଯୋଗ ସତ ପ୍ରମାଣିତ ହୁଏ ମୁଁ ଫାଶୀରେ ଚଢିଯିବି ।

ଅନ୍ୟପକ୍ଷେ ରେସଲରମାନେ ଗଙ୍ଗାରେ ମେଡାଲ ଫିଙ୍ଗି ଦେବାର ଇମୋସନାଲ ଡ୍ରାମା କଲେ ।  ହେଲେ ଏପରି କିରିବା ଦ୍ୱାରା କିଛି ହାସଲ ହେବନି । ବରଂ ପୋଲିସକୁ ପ୍ରମାଣ ଦିଅ । କୋର୍ଟ ମୋତେ ଫାସୀରେ ଚଢାଇ ଦେବ ।

ବ୍ରିଜ ଭୂଷଣ କହିଛନ୍ତି, ଏହି ପିଲାଙ୍କ ସଫଳତା ପଛରେ ମୋର ହାତ ଥିଲା । ମୁଁ ତାଙ୍କର ଶତ୍ରୁ ନୁହେଁ । ୧୦ ଦିନ ପୂର୍ବରୁ ମୋତେ ସେମାନେ ତାଙ୍କ ସଫଳତାର ଶ୍ରେୟ ଦେଉଥିଲେ । ମୋ ସମୟରେ ଅଲମ୍ପିକରେ ୭ ମଡେଲରୁ ୫ ମେଡଲ ଜିତୁଥିଲେ । ଯେଉଁ ଟିମ ୧୮ ତାଲିକାରେ ଥିଲା ତାହା ଏବେ ୫ ନମ୍ବରକୁ ଆସିଯାଇଛି । ମୋତେ ଆଗକୁ ବଡ କାମ କରିବାର ଅଛି ।

ସେ ଆହୁରି କହିଛନ୍ତି, ଜୁନ ୫ ତାରିଖ ସନ୍ଥମାନଙ୍କର ଏକ ବଡ କାର୍ଯ୍ୟକ୍ରମ ରହିଛି । କେବଳ ଦୋଷ କରିଥିବା ବ୍ୟକ୍ତି ପାପୀ ନୁହେଁ, ଚୁପ ରହିଥିବା ବ୍ୟକ୍ତି ବି  ଦୋଷୀ ।

Leave A Reply

Your email address will not be published.