Latest Odisha News

ଗାଧୋଇବା ବେଳେ କେନାଲରେ ବୁଡ଼ି ୨ ନାବାଳକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗୁରୁଜାଙ୍ଗ ଗାଁ ଦେଇ ଯାଇଥିବା ସମଲ୍ ବ୍ୟାରେଜର ଦକ୍ଷିଣ ଶାଖା କେନାଲରେ ବୁଡ଼ି ଯାଇ ସେହି ଗାଁର ୨ ନାବାଳକ ପ୍ରାଣ ହରାଇଛନ୍ତି ।

ସକାଳେ ଗାଁର ଓମପ୍ରକାଶ ପାଣି ଓ ସୌମ୍ୟ ରଞ୍ଜନ ପାଣିଙ୍କ ସହ ଅନ୍ୟ ଜଣେ ନାବାଳକ ଗାଧୋଇବା ଲାଗି କେନାଲକୁ ଯାଇଥିଲେ । ଗାଧୋଇବା ବେଳେ ଓମପ୍ରକାଶ ଓ ସୌମ୍ୟରଞ୍ଜନ ବୁଡ଼ି ଯାଉଥିବା ଦେଖି ଡାକ୍ତ ପକାଇଥିଲେ ଅନ୍ୟ ନାବାଳକ ଜଣଙ୍କ ।

ପାଟି ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ବହୁ ସମୟ ଖୋଜାଖୋଜି ପରେ ଉଭୟଙ୍କୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.