Latest Odisha News

BREAKING NEWS

ଓଭରସାଇଟ କମିଟି ଗଠନ ନେଇ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ବିକ୍ଷୋଭ କରିବା ପରେ ରେସଲରମାନେ ଏବେ ନୂତନ ଭାବେ ଗଠିତ ଓଭରସାଇଟ କମିଟି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ରିଜଭୂଷଣ ଏବଂ କେତେକ ରେସଲରଙ୍କୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ସରକାର ଏକ ଓଭରସାଇଟ କମିଟି ଗଠନ କରିଥିଲେ । ସାକ୍ଷୀ ମଲିକ, ବିନେଶ ଫୋଗଟ ଓ ବଜରଙ୍ଗ ପୁନିଆ ଟୁଇଟ କରିଛନ୍ତି ଯେ, ଆମ ସହିତ କୌଣସି ପରାମର୍ଶ ନ କରି ସରକାର ଏହି କମିଟି ଗଠନ କରିଛନ୍ତି । ଏହାର ଜବାବରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଏହି କମିଟିରେ ତୁମ ଦ୍ୱାରା ପ୍ରସ୍ତାବିତ ୩ଜଣଙ୍କ ନାମ ରହିଛି ।

ମେରୀ କମଙ୍କ ଅଧ୍ୟକ୍ଷତାରେ ନୂତନ ଭାବେ ଗଠିତ କମିଟିରେ ଅଲିମ୍ପିକ ପଦକ ବିଜେତା ଯୋଗେଶ୍ୱର ଦତ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ତୃପ୍ତି ମୁରଗୁଣ୍ଡେ, ଟପ୍ସ ସିଇଓ ରାଜଗୋପାଳନ ଓ ରାଧା ଶ୍ରୀମନ ରହିଛନ୍ତି । ବିକ୍ଷୋଭ ପରେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ତଦନ୍ତ ନ ସରିବା ପର୍ଯ୍ୟନ୍ତ କାମ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.