Latest Odisha News

ଭାରତୀୟ କୁସ୍ତି ସଂଘ ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ:ଭାରତର କ୍ରୀଡାପ୍ରେମୀଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ବିଶ୍ୱ କୁସ୍ତି ସଂଘ ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କରି ଦେଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କୁସ୍ତି ସଂଘ ନିର୍ବାଚନ ନ ହେବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତୀୟ କୁସ୍ତି ସଂଘର ପୂର୍ବ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ କାର୍ଯ୍ୟକାଳ ପୂର୍ବରୁ ସମାପ୍ତ ହୋଇସାରିଛି । କୁସ୍ତି ସଂଘ ଏହା ପରେ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରିଥିଲା । ସୁପ୍ରିମକୋର୍ଟ ଏ ନେଇ ଅନେକ ଥର ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଥିଲେ । ମାତ୍ର ଅଲଗା ଅଲଗା ହାଇକୋର୍ଟଙ୍କ ରାଜ୍ୟ କୁସ୍ତି ସଂଘ ବିଭିନ୍ନ ଆବେଦନ ନେଇ ରୋକ ଲଗାଇଛି ।

ଏହି କାରଣରୁ କୁସ୍ତି ସଂଘ ନିର୍ବାଚନ ହୋଇପାରି ନାହିଁ । ଅନେକ ରାଜ୍ୟ କୁସ୍ତି ସଂଘର ନିର୍ବାଚନ ପ୍ରକ୍ରିୟା ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଶେଷରେ ବିଶ୍ୱ କୁସ୍ତି ସଂଘ ଏହି କଠୋର ପଦକ୍ଷେପ ଗ୍ରହଣ କରିଛି । ସୂଚନାଯୋଗ୍ୟ, କିଛି ଦିନ ତଳେ ଦେଶର କେତେକ ପ୍ରତିଷ୍ଠିତ ରେସଲର କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିପକ୍ଷରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏ ନେଇ ସେମାନେ ଯନ୍ତର ମନ୍ତରର ଧାରଣା ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.