Latest Odisha News

BREAKING NEWS

ଧଳା ପୋଷାକରୁ କିପରି ଛଡାଇବେ ହଳଦୀ ଦାଗ: ଜାଣନ୍ତୁ ଘରୋଇ ଉପାୟ…

ଭୁବନେଶ୍ଵର: ଯେତେ ସତର୍କ ରହିଲେ ମଧ୍ୟ ଖାଦ୍ୟ ଖାଇଲା ବେଳେ ଆମ ପୋଷାକରେ ଅଇଁଠା ପଡ଼ିଯାଏ । ସେହିପରି ଘର କାମ ବେଳେ ହେଉ କି ଅନ୍ୟାନ୍ୟ କାମ ସମୟରେ କିଛି ନା କିଛି ଦାଗ ପୋଷାକରେ ଲାଗି ଯାଇଥାଏ, ଯାହାକି ସହଜରେ ଛାଡ଼ି ନ ଥାଏ । ତେବେ ଧୂଳି, ମାଟି ଆଦିକୁ ଛଡ଼ାଇବା ଏତେ କଷ୍ଟକର ହୋଇ ନ ଥିବା ବେଳେ ଡ୍ରେସ୍‌ରୁ ହଳଦୀ ଦାଗ ଛଡ଼ାଇବା କିନ୍ତୁ କାଠିକାର ପାଠ ହୋଇଥାଏ । ଯେତେ ଚେଷ୍ଟା କଲେ ବି ଏହା ସହଜରେ ଦୂର ହୋଇ ନ ଥାଏ, ଯାହାକି ପସନ୍ଦର ଡ୍ରେସକୁ ଖରାପ କରି ଦେଇଥାଏ । କିନ୍ତୁ ଏବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ । ଆଜି ଆମେ କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାକୁ ଆପଣାଇ ଆପଣ ନିଜ ପୋଷାକରୁ ହଳଦୀ ଦାଗ ଛଡ଼ାଇ ପାରିବେ।

ଟୁଥ୍ପେଷ୍ଟ: ଆପଣ ଟୁଥ୍‌ପେଷ୍ଟ ସାହାଯ୍ୟରେ ହଳଦୀ ଦାଗ ଛଡ଼ାଇବାକୁ ଚେଷ୍ଟା କରି ପାରିବେ। ଦାଗ ଲାଗିଥିବା ସ୍ଥାନରେ ପେଷ୍ଟ୍‍ ଲଗାଇ ୫ ମିନିଟ୍‌ ପର୍ଯ୍ୟନ୍ତ ରଗଡ଼ନ୍ତୁ । ୧୦ ମିନିଟ୍‌ ଛାଡ଼ି ଦେବା ପରେ କପଡ଼ା ଧୋଇ ଦିଅନ୍ତୁ ।

ଥଣ୍ଡା ପାଣି: ହଳଦୀ ଲାଗିଥିବା ପୋଷାକକୁ ଆପଣ ଥଣ୍ଡା ପାଣିରେ କିଛି ସମୟ ବୁଡ଼ାଇ ରଖନ୍ତୁ । କିଛି ସମୟ ପରେ ଏହାକୁ ସାବୁନ ଲଗାଇ ଧୋଇ ଦିଅନ୍ତୁ । ଥଣ୍ଡା ପାଣି ଦାଗକୁ ହାଲୁକା କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ମନେ ରଖନ୍ତୁ, ଭୁଲ୍‌ରେ ବି ବ୍ୟବହାର କରିବେ ନାହିଁ ଗରମ ପାଣି ।

ଲେମ୍ବୁ: ଯଦି ଆପଣ କୌଣସି ରେଷ୍ଟୁରାଣ୍ଟରେ ବସିଛନ୍ତି ଏବଂ ହଠାତ୍‌ ହଳଦୀ ଲଗା ଖାଦ୍ୟ ଜିନିଷ ଆପଣଙ୍କ ପୋଷାକ ଉପରେ ପଡ଼ି ଯାଉଛି । ତ ତୁରନ୍ତ ଆପଣ ଲେମ୍ବୁ ନେଇ ସେହି ସ୍ଥାନରେ ଘଷି ପାରିବେ। ଦେଖିବେ, ଦାଗ ହାଲୁକା ପଡ଼ିଯିବ ।

ଧଳା ଭିନେଗାର: ୨ ଚାମଚ ଭିନେଗାରକୁ ୧ ଚାମଚ ବାସନ ମଜା ଲିକ୍ୱିଡ୍‌ରେ ସହିତ ମିଶାଇ ନିଅନ୍ତୁ। ଏହି ମିଶ୍ରଣକୁ କପଡ଼ାରେ ହଳଦୀ ଦାଗ ଥିବା ସ୍ଥାନରେ ଲଗାନ୍ତୁ ଏବଂ ୩୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ। ଏବେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ପ୍ରିଟ୍ରିଟ୍କରିବା: ପୋଷାକରେ ହଳଦୀ ଗୁଣ୍ଡ ପଡ଼ି ଯାଇଥିଲେ ପ୍ରଥମେ ଝାଡ଼ି ଦିଅନ୍ତୁ । ଏହାପରେ ସେହି ସ୍ଥାନରେ ଲିକ୍ୱିଡ୍‌ ଡିଟର୍ଜେଣ୍ଟ ପକାଇ ଆଙ୍ଗୁଠିରେ ଗୋଲ ଗୋଲ ବୁଲାଇ ଘଷନ୍ତୁ। ଯଦି ତେଲ ଲଗା ହଳଦୀର ଦାଗ ରହିଥାଏ, ତ କର୍ନ ଷ୍ଟାର୍ଚ ପକାନ୍ତୁ ଏବଂ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଡିଟର୍ଜେଣ୍ଟରେ ଧୋଇ ଦିଅନ୍ତୁ।

 

Leave A Reply

Your email address will not be published.