ଭୁବନେଶ୍ୱର: ପୁଣି ବିବାଦ ଘେରକୁ ଚାଲି ଆସିଛନ୍ତି ବାଂଲାଦେଶୀ ଲେଖିକା ତସଲିମା ନାସରିନ୍ । ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଟାର୍ଗେଟ କରି ବିରୋଧର ଶିକାର ହୋଇଛନ୍ତି । ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ସହ ବିରୋଧୀ ଲେଖା ପାଇଁ ତାଙ୍କୁ ବହୁବାର ହତ୍ୟା ଧମକ ମିଳିଛି । ଏମିତିକି ତାଙ୍କର କିଛି ବିବାଦୀୟ ଲେଖ। ପାଇଁ ତାଙ୍କୁ ବାଂଲାଦେଶ ଛାଡିବାକୁ ବି ପଡିଛି । ବହୁତ କିଛି ଛାଡିବାକୁ ପଡିଥିଲେ ବି ତସଲିମା ସବୁବେଳେ ପୁରୁଷ ପ୍ରାଧାନ୍ୟ ସମାଜ ଓ ମହିଳା ଅଧିକାର ପାଇଁ ଆଗକୁ ବାହାରିଛନ୍ତି । ୧୯୯୪ରେ ବାଂଲାଦେଶ ଛାଡିଥିବା ବେଳେ ସ୍ୱିଡେନ୍ରେ ନାଗରିକତା ଗ୍ରହଣ କରିଥିଲେ । ତାଙ୍କର ଆତ୍ମଜୀବନୀରୁ ନେଇ ବହୁ ଉପନ୍ୟାସ ଲେଖିଥିଲେ । ‘ଲଜ୍ଜା’ଉପନ୍ୟାସ ବହୁ ଚର୍ଚ୍ଚାରେ ରହିଥିବା ବେଳେ ତାହା ବାଂଲାଦେଶରେ ବ୍ୟାନ୍ କରିଦିଆଯାଇଥିଲା । ତାଙ୍କର ବିଭିନ୍ନ ଲେଖା ପାଇଁ ମଧ୍ୟ ବହୁବାର ସମ୍ମାନୀତ ହୋଇଛନ୍ତି । ତସଲିମାଙ୍କ ‘ନିର୍ବାଚିତ କଲମ’ ବେଶ୍ ପ୍ରଶାଂସା ସାଉଁଟିଥିଲା । ସେ ଦିଲ୍ଳୀରେ ରହିବା ସହିତ ବିଭିନ୍ନ ଦେଶ ମଧ୍ୟ ବୁଲିଛନ୍ତି । ହେଲେ ଏବେ ବି ଇସଲାମ ନୀତିକୁ ବିରୋଧ ସହିତ ମହିଳା ଅଧିକାର ପାଇଁ ତାଙ୍କର ଲଢେଇ ଜାରି ରହିଛି ।
BREAKING NEWS
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
- ଖଣି ଲିଜ୍ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
Comments are closed.