ଭୁବନେଶ୍ୱର: ପୁଣି ବିବାଦ ଘେରକୁ ଚାଲି ଆସିଛନ୍ତି ବାଂଲାଦେଶୀ ଲେଖିକା ତସଲିମା ନାସରିନ୍ । ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଟାର୍ଗେଟ କରି ବିରୋଧର ଶିକାର ହୋଇଛନ୍ତି । ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ସହ ବିରୋଧୀ ଲେଖା ପାଇଁ ତାଙ୍କୁ ବହୁବାର ହତ୍ୟା ଧମକ ମିଳିଛି । ଏମିତିକି ତାଙ୍କର କିଛି ବିବାଦୀୟ ଲେଖ। ପାଇଁ ତାଙ୍କୁ ବାଂଲାଦେଶ ଛାଡିବାକୁ ବି ପଡିଛି । ବହୁତ କିଛି ଛାଡିବାକୁ ପଡିଥିଲେ ବି ତସଲିମା ସବୁବେଳେ ପୁରୁଷ ପ୍ରାଧାନ୍ୟ ସମାଜ ଓ ମହିଳା ଅଧିକାର ପାଇଁ ଆଗକୁ ବାହାରିଛନ୍ତି । ୧୯୯୪ରେ ବାଂଲାଦେଶ ଛାଡିଥିବା ବେଳେ ସ୍ୱିଡେନ୍ରେ ନାଗରିକତା ଗ୍ରହଣ କରିଥିଲେ । ତାଙ୍କର ଆତ୍ମଜୀବନୀରୁ ନେଇ ବହୁ ଉପନ୍ୟାସ ଲେଖିଥିଲେ । ‘ଲଜ୍ଜା’ଉପନ୍ୟାସ ବହୁ ଚର୍ଚ୍ଚାରେ ରହିଥିବା ବେଳେ ତାହା ବାଂଲାଦେଶରେ ବ୍ୟାନ୍ କରିଦିଆଯାଇଥିଲା । ତାଙ୍କର ବିଭିନ୍ନ ଲେଖା ପାଇଁ ମଧ୍ୟ ବହୁବାର ସମ୍ମାନୀତ ହୋଇଛନ୍ତି । ତସଲିମାଙ୍କ ‘ନିର୍ବାଚିତ କଲମ’ ବେଶ୍ ପ୍ରଶାଂସା ସାଉଁଟିଥିଲା । ସେ ଦିଲ୍ଳୀରେ ରହିବା ସହିତ ବିଭିନ୍ନ ଦେଶ ମଧ୍ୟ ବୁଲିଛନ୍ତି । ହେଲେ ଏବେ ବି ଇସଲାମ ନୀତିକୁ ବିରୋଧ ସହିତ ମହିଳା ଅଧିକାର ପାଇଁ ତାଙ୍କର ଲଢେଇ ଜାରି ରହିଛି ।
BREAKING NEWS
- Dog Viral Video Bijnor: ନଖାଇ ନପିଇ ଭଗବାନଙ୍କ ପରିକ୍ରମା କରୁଛି କୁକୁର, ପୂଜିଲେ ଲୋକେ…ଭାଇରାଲ ହେଉଛି ଭିଡ଼ିଓ…
- ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ପଥର ପଡି ୨ ଶ୍ରମିକ ମୃତ
- Raja Rani Sangeet Utsav: ଆଜିଠାରୁ ରାଜାରାଣୀ ସଂଗୀତ ଉତ୍ସବ, ମନ ମୋହିବ ଶାସ୍ତ୍ରୀୟ ସଂଗୀତ ଓ ବାଦ୍ୟ ପରିବେଷଣ
- ବିଜେପି ଜାତୀୟ ସଭାପତି ପାଇଁ ନିର୍ବାଚନ ତାରିଖ ଘୋଷଣା…
- ଦଳ ବିରୋଧୀ କାର୍ଯ୍ୟକଳାପ; ବିଜେଡିରୁ ଗଣେଶ୍ୱର ବରାଳ ନିଲମ୍ବିତ
- ଖଣ୍ଡଗିରୀ ମେଳାରେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି, ସନାତନୀ ସଂସ୍କୃତି ନୀତିରେ ଯଜ୍ଞ ହେବ
- Honey Singh Apologises: ଭୁଲ୍ ମାଗିଲେ ହନି ସିଂହ
- ଫିଲ୍ମ ଫ୍ଲପ ହେବା ପରେ ୧୫ କୋଟି ଟଙ୍କା ଫେରାଇଲେ କାର୍ତିକ ଆର୍ଯ୍ୟନ
- ୧ ହଜାର ଷଣ୍ଢଙ୍କୁ ନେଇ ଆରମ୍ଭ ବିବାଦୀୟ ଜଲ୍ଲିକଟ୍ଟୁ…
- India Vs Iran: ଭାରତ ନା ଇରାନ ? ସ୍ୱାଦ, ରଙ୍ଗ ଏବଂ ସୁଗନ୍ଧ ଦୃଷ୍ଟିରୁ କେଉଁ ଦେଶର କେସର ୧ ନମ୍ବର…
Comments are closed.