Latest Odisha News

BREAKING NEWS

କୋଣାର୍କର ବିଶେଷ ସଂଖ୍ୟା ପାଇଁ ପ୍ରବନ୍ଧ ଆହ୍ୱାନ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ସାରସ୍ଵତ ସ୍ରଷ୍ଟାଙ୍କ ସ୍ମୃତିରକ୍ଷା ଉର୍ଦ୍ଦେଶ୍ୟରେ ତ୍ରୈମାସିକ ସାହିତ୍ୟ ପତ୍ରିକା ‘କୋଣାର୍କ’ର ଏକ ବିଶେଷ ସଂଖ୍ୟା ପାଇଁ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଷୟ ଉପରେ ରୁଚି ରଖୁଥିବା ପ୍ରାବନ୍ଧିକ, ଆଲୋଚକ ଏବଂ ଗବେଷକମାନେ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ବିଜେତାଙ୍କ ବିଭିନ୍ନ ସାରସ୍ଵତ ଦିଗକୁ ଭିତ୍ତି କରି, ସେମାନଙ୍କ ଲେଖା ଇମେଲ ଯୋଗେ ପଠେଇବାକୁ ଏକାଡେମୀ ପକ୍ଷରୁ ସୂଚନା ଦିଆ ଯାଇଛି।

ଏହି ବିଶେଷ ସଂଖ୍ୟାଟି ପ୍ରଥମ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ବିଜେତା କବି ରାଧା ମୋହନ ଗଡ଼ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ବୋଲି ଏକାଡେମିର ସଚିବ ପ୍ରବୋଧ କୁମାର ରାଉତ ଜଣାଇଛନ୍ତି ।

Comments are closed.