Latest Odisha News

BREAKING NEWS

ଭାଷା ଭାଗବତ : ସ୍ବାଧୀନ ଚିଂତକ କାହାଂତି?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୯ 

ସୁଲଭ ଥିଲା ବେଳେ ବହି
କେହି ତାହା ପଢ଼ଂତିନାହିଁ
ହୋଇଲେ ଦୁର୍ଲଭ ପ୍ରାଚୀନ
ବହି ଆଡ଼କୁ ଯାଏ ଧ୍ୟାନ

ଜୀବିତ ଲେଖକର ମାନ
ପୁରସ୍କାର ଓ ଉପାୟନ
ବ୍ୟତୀତ ଆଦୌ ବଢ଼େନାହିଁ
ଦିଶୁଛି ଅତି ସ୍ପଷ୍ଟ ହୋଇ

ଲେଖକ ହୋଇଲେ ସ୍ବୈଚ୍ଛିକ
ତାଂକର ହାବଭାବ ତକ
ହୋଇପାରେନି ସ୍ବାଭାବିକ
ଏ କଥା ବୁଝଂତି ପାଠକ

ପାଠକେ ନ ପଢ଼ିଲେ ସୁଦ୍ଧା
ସମ୍ମାନପ୍ରାପ୍ତି ପାଇଁ ବାଧା
କେହି ବି ଦେଇପାରେନାହିଁ
ଅଯଥା ବିତର୍କ କିପାଇଁ ?

ଅସଂଖ୍ୟ ପୁରସ୍କୃତ ବହି
କାହିଁ ଖୋଜିଲେ ମିଳେନାହିଁ
ଏକଦା ସମ୍ମାନିତ କବି
କାଳ ଜଳରେ ଗଲେ ଡୁବି

ଭାଷାରେ ଏପରି ଚଳଣି
ନେଲେଣି ଲୋକମାନେ ମାନି
ଲେଖକକୁଳ ଭିନ୍ନ ଜାତି
କେ କାହା ସହ ନ ପଟଂତି

ଖେଳୁଥାଆଂତି ଶବ୍ଦଖେଳ
ଭାବନା ହୁଏନି ପାକଳ
ଲେଖିଲେ ସହଜ ସରଳ
ସାହିତ୍ୟ ପାଇଥାଏ ବଳ

ଯେ ଯେତେ ବେଶି ଯୋଗାଡ଼ିଆ
ଅନେକେ ତାହାର ଆଡ଼ିଆ
ହୋଇ ସୁଖରେ ଚଳୁଥାଂତି
ସ୍ବାଧୀନ ଚିଂତକ କାହାଂତି ?

 

Leave A Reply

Your email address will not be published.