ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୬୪ ବର୍ଷ ଧରି ପ୍ରକାଶ ପାଇଆସୁଥିବା ତ୍ରୈମାସିକ ସାହିତ୍ୟ ମୁଖପତ୍ର କୋଣାର୍କର ଆଗାମୀ ସଂଖାଗୁଡ଼ିକ ପାଇଁ ପ୍ରାବନ୍ଧିକ, ଆଲୋଚକ ଏବଂ ଗବେଷକମାନଙ୍କ ନିକଟରୁ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଷୟ ଉପରେ ଆଧାରିତ ଉଚ୍ଚକୋଟିର ଗବେଷଣାତ୍ମକ ପ୍ରବନ୍ଧର ଆବଶ୍ୟକତା ରହିଛି। ଇଚ୍ଛୁକ ଲେଖକମାନେ ସେମାନଙ୍କ ପ୍ରବନ୍ଧ ସେମାନଙ୍କ ଲେଖା ଇମେଲ କିମ୍ବା ଡାକଯୋଗେ ପଠେଇବାକୁ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।
ନିର୍ବାଚିତ ଲେଖା ଆଗାମୀ ସଂଖ୍ୟାରେ ପ୍ରକାଶ ପାଇବା ସହ ସମ୍ପୃକ୍ତ ଲେଖକଙ୍କୁ ସୌଜନ୍ୟ ମୂଳକ କପି ସହ ପାରିତୋଷିକ ପ୍ରଦାନ କାରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.