ଦି ଓଭାଲ: ଜୁନ ୭ରୁ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଆୟୋଜିତ ହେବ । ଫାଇନାଲରେ ଭାରତର ବିରାଟ କୋହଲି ୫୫ ରନ କଲେ ଆଉ ଏକ କୀର୍ତିମାନ ସ୍ଥାପନ କରିବେ । ଆଇପିଏଲରେ ଭଲ ଫର୍ମରେ ଥିବାରୁ କୋହଲିଙ୍କଠାରୁ ପ୍ରଶଂସକମାନେ ଏକ ଭଲ ଇନିଂସ ଆଶାରେ ରହିଛନ୍ତି । ୫୫ ରନ ସଂଗ୍ରହ କଲେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୫୦୦୦ ରନ ପୂର୍ଣ୍ଣ କରିବେ । ସଚିନ ତେନ୍ଦୁଲକରଙ୍କ ପରେ ସେ ଏହି କୀର୍ତିମାନ ସ୍ଥାପନ କରିବେ । ସଚିନ ୧୧୦ ଆନ୍ତର୍ଜାତୀୟ ମ୍ୟାଚରେ ୬୭୦୭ ରନ ସଂଗ୍ରହ କରିଛନ୍ତି । ଅପରପକ୍ଷରେ କୋହଲି ଏ ପର୍ଯ୍ୟନ୍ତ କଙ୍ଗାରୁ ଟିମ ବିପକ୍ଷରେ ୨୪ ଟେଷ୍ଟରେ ୧୯୭୯ ରନ କରିଥିବା ବେଳେ ୪୬ ଦିିନିକିଆରେ ୨୨୫୧ ଓ ୨୨ଟି ଟି୨୦ରେ ୭୯୪ ରନ ସଂଗ୍ରହ କରିଛନ୍ତି । ଏଥିରେ ଓଭରାଲ ୧୬ ଶତକ ଓ ୨୪ ଅର୍ଦ୍ଧଶତକ ସାମିଲ ।
ସଚିନ ୩୯ ଟେଷ୍ଟରେ ୩୬୩୦ ରନ କରିଥିବା ବେଳେ ୭୧ ଦିନିକିଆରେ ୩୦୭୭ ରନ ସଂଗ୍ରହ କରିଛନ୍ତି । ଏଥିରେ ୨୦ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ । ଏହି ୨ ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର ବ୍ରାଏନ ଲାରା ତୃତୀୟ ସ୍ଥାନରେ ରହିଛନ୍ତି । ସେ ୮୨ ମ୍ୟାଚରେ ୪୭୧୪ ରନ କରିଛନ୍ତି ।
Comments are closed.