Latest Odisha News

BREAKING NEWS

ଡବ୍ଲ୍ୟୁଟିଟି ୟୁଥ କଂଟେଡର: ସାର୍ଥକ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଆଲଜେରିଆରେ ଅନୁଷ୍ଠିତ ଡବ୍ଲ୍ୟୁଟିଟି ୟୁଥ କଂଟେଡରରେ ପ୍ରଭାବୀ ପ୍ରଦର୍ଶନ କରି ଭାରତ ପାଇଁ ୧୫ ବର୍ଷରୁ କମ ବାଳକ ବିଭାଗରେ ଓଡିଶାର ସାର୍ଥକ ଆର୍ଯ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ କୋରିଆର କିମ ସିଙ୍ଗୱନଙ୍କୁ ୩-୧ ଓ ଉଜବେକିସ୍ତାନର ଟେମୁରବେକ ନୁରମୋନୋଭଙ୍କୁ ୩-୦ରେ ହରାଇ ଏହି ସଫଳତା ହାସଲ କରିଛନ୍ତି । ମିକ୍ସଡ ଡବଲ୍ସରେ ରିୟାନଙ୍କ ସହ ସାଥୀ ହୋଇ କୋରିଆ, ହଂକଂ ଓ ଚୀନ ପ୍ରତିଯୋଗୀଙ୍କ ହରାଇ ଭାରତକୁ ଗୌରବାନ୍ୱିତ କରିଛନ୍ତି । ଝାଙ୍କଡ ସାରଳା ନିକଟରେ ଥିବା ଏକ କ୍ଷୁଦ୍ର ଗ୍ରାମରୁ ଆସିଥିବା ସାର୍ଥକ ଏବେ ଭାରତର ଯୁବ ଖେଳାଳିଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ମେ ୨୬ରୁ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆନ ୟୁଥ ଚାମ୍ପିୟନଶିପ ପାଇଁ ମଧ୍ୟ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି । ସେହିପରି ମାର୍ଚ୍ଚ ୧୩ରୁ ଆରମ୍ଭ ହେବାକୁ ଯାଉଥିବା ଡବ୍ଲ୍ୟୁଟିଟି ଷ୍ଟାର କଂଟେଡରରେ ମଧ୍ୟ ସେ ଅଂଶଗ୍ରହଣ କରିବେ । ଆନ୍ତର୍ଜାତୀୟସ୍ତରରେ ସାର୍ଥକ ତାଙ୍କ ଦକ୍ଷତା ପ୍ରତିପାଦିତ କରି ଓଡିଶା ଏବଂ ଭାରତ ପାଇଁ ଆଗକୁ ଭଲ ଖେଳିବେ ବୋଲି ଆଶା ସଂଚାର କରିଛନ୍ତି । ତାଙ୍କ ସଫଳତା ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.