Latest Odisha News

BREAKING NEWS

ପ୍ରାରମ୍ଭିକ କରୋନା ଭାଇରସ ରିପୋର୍ଟକୁ ସୁଧାରିଲା ଚୀନ, ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାରରେ ପହଂଚିଲା

ଉହାନ୍‌: ଦୁନିଆକୁ ମିଛ କହୁଥିବା ଚୀନର ଆଉ ଏକ ତଥ୍ୟ ପଦାରେ ପଡିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ଯୋଗୁ ଚୀନ ଯେଉଁ ସଂଖ୍ୟା ପ୍ରଦାନ କରିଥିଲା ଏବେ ତାକୁ ସୁଧାରିଛି । ଏଥିରେ ପାଖାପାଖି ୫୦ ପ୍ରତିଶତ ମୃତ୍ୟୁ ସଂଖ୍ୟା ବଢ଼ିଛି । ପ୍ରଥମେ ୨୫୭୯ ବ୍ୟକ୍ତି କେବଳ ଉହାନରେ ମରିଥିଲେ ବୋଲି କୁହାଯାଇଥିଲା । ନ୍ୟାଶନାଲ ହେଲଥ କମିଶନ ରିପୋର୍ଟ ଅନୁସାରେ ଏବେ ଏହାର ସଂଖ୍ୟା ୩୮୬୯କୁ ବୃଦ୍ଧି ହୋଇଛି ।

ଓଭରାଲ ଚୀନରେ ୮୨, ୬୯୨ ସଂକ୍ରମିତ ଓ ୪୬୩୨ ମୃତ୍ୟୁବରଣ କରିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଚୀନ ମଧ୍ୟ ତ୍ରୁଟି ହୋଇଥିବା ସ୍ୱୀକାର କରିବା ସହ ଏଥିପାଇଁ ଭିନ୍ନ ଭିନ୍ନ କାରଣ ଦର୍ଶାଇଛି । ପୂର୍ବରୁ ସାରା ବିଶ୍ୱର ଚୀନର ରିପୋର୍ଟ ନେଇ ସନ୍ଦେହ ବ୍ୟକ୍ତ କରିଥିଲା ।

Comments are closed.