Latest Odisha News

BREAKING NEWS

‘ନାଟୁ-ନାଟୁ’ ଗୀତର ତାଳେ ତାଳେ ରିଙ୍ଗ୍‌ରେ ନାଚିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର

ହାଇଦ୍ରାବାଦ: ‘ନାଟୁ-ନାଟୁ’ ଗୀତର ତାଳେ ତାଳେ ରିଙ୍ଗ୍‌ରେ ନାଚିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ରେସ୍‌ଲରମାନେ ନାଟୁ ନାଟୁ ଗୀତରେ ଡ଼୍ୟାନ୍ସ କରୁଥିବା ନଜର ଆସିଛିି ।

ଦୀର୍ଘ ୬ ବର୍ଷର ଅପେକ୍ଷା ପରେ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା ଡବ୍ଲ୍ୟୁଡବ୍ଲ୍ୟୁଇ । ଏଠାରେ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ସ୍ପେକ୍ଟାକେଲ ନାମକ ଏକ ରୋମାଞ୍ଚକ ମୁକାବିଲା ଖେଳାଯାଇଥିଲା । ଯାହା ଆକ୍ସନ, ଡ୍ରାମା, ଡ୍ୟାନ୍ସରେ ଭରପୂର ଥିଲା । ଏବେ ଏହି କାର୍ଯ୍ୟକ୍ରମର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ରେସ୍‌ଲରମାନେ ନାଟୁ-ନାଟୁ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି ।

ଇନଷ୍ଟାଗ୍ରାମରେ ଏପିକରେସଲିଂମୋମେଣ୍ଟସ୍ ନାମକ ଆକାଉଣ୍ଟରୁ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାରମାନଙ୍କର ଏସଏସ୍ ରାଜାମୌଲିଙ୍କ ବ୍ଲକବଷ୍ଟର ଆରଆରଆର ଫିଲ୍ମ ଗୀତରେ ନାଚୁଥିବାର ଭିଡିଓ ସେୟାର କରାଯାଇଛି । ଏହା ବେଶ ମଜାଦାର ଥିଲା ବୋଲି କ୍ୟାପସନରେ ଉଲ୍ଲେଖ କରାଯାଇଛି । ଏହି ଭିଡ଼ିଓ ଦେଖିବା ପରେ ଅନେକ ଲୋକ ଏହାକୁ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Comments are closed.