Latest Odisha News

ଅଜଗର ଅଣ୍ଡା ସୁରକ୍ଷା ପାଇଁ ଏକ୍ସ ରେ

ଖୋର୍ଦ୍ଧା: ଖୋର୍ଦ୍ଧା ଗଡ଼ ନିଅଳରେ ଅଜଗର ଅଣ୍ଡା ଦେବା ଘଟଣା। ଅଜଗର ଅଣ୍ଡାକୁ ଏକ୍ସ ରେ କଲା ବନ ବିଭାଗ। ୩୦ ଟି ଅଣ୍ଡାରୁ ୨ ଟି ଅଣ୍ଡାର ଆଜି ଏକ୍ସ ରେ କରା ଯାଇଛି । ଚନ୍ଦକା ଡିଏଫଓ ଙ୍କ ନିର୍ଦ୍ଦେଶରେ ହଳଦିଆ ରେଞ୍ଜ ତରଫରୁ ୨ ଟି ଅଣ୍ଡାକୁ ଆଣି ହଳଦିଆ ରେଞ୍ଜର ଫରେଷ୍ଟର ସୁବାସ ବେହେରା ଭୁବନେଶ୍ୱରରେ ଏକ ଘରୋଇ ଡାଇଗ୍ନୋଷ୍ଟିକ୍ କେନ୍ଦ୍ରରେ ଏକ୍ସରେ କରେଇଥିଲେ । ସେଥିରେ ଅଣ୍ଡା ଭିତରେ ସାପର ଅପରିପକ୍ୱ ମେରୁଦଣ୍ଡ ଦେଖା ଯାଉଛି ।

ଏହି ଏକ୍ସରେ କରିବା ପାଇଁ ସ୍ନେକ ହେଲ୍ପ ଲାଇନ ତରଫରୁ ସହାୟତା କରାଯାଇଥିଲା । ଗତ କାଲି ଅଣ୍ଡାକୁ ପିମ୍ପୁଡି ଲାଗିବା ପରେ ସୁରକ୍ଷା ଦୃଷ୍ଟିରୁ ସ୍କୁଲରୁ ହଳଦିଆ ରେଞ୍ଜ ଅଫିସ କୁ ସ୍ଥାନାନ୍ତର କରା ଯାଇଥିଲା। ପୂର୍ବରୁ ମାଆ ଅଜଗରକୁ ଚନ୍ଦକା ଅଭୟାରଣ୍ୟ ଭିତରେ ଥିବା ଅମ୍ବିଲୋ ୱାଚ ଟାୱାର ନିକଟରେ ଥିବା ଜଳାଶୟ ନିକଟରେ ଛଡା ହୋଇଥିଲା।

Comments are closed.