Latest Odisha News

BREAKING NEWS

ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେବେ ସି ଜିନ୍‌ପିଙ୍ଗ, ଭିସି ଜରିଆରେ ଦେବେ ଭାଷଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ସପ୍ତାହରେ ହେବାକୁ ଥିବା ଏହି ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଯୋଗଦେବେ। ଏକ ସରକାରୀ ବିବୃତ୍ତି ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜୁଲାଇ ୪ରେ ହେବାକୁ ଥିବା ହେଡ୍ କାଉନସିଲର ୨୩ତମ ବୈଠକରେ ଜିନପିଙ୍ଗ ଯୋଗଦେବେ ବୋଲି ଘୋଷଣା କରାଯାଇଛି। ତେବେ ସେ ଏଥିପାଇଁ ଭାରତ ଆସିବେ ନାହିଁ। ଭିଡିଓ କନଫରେନ୍ସିଂ ଜରିଆରେ ସେ ଏହି ସଭାରେ ଯୋଗଦେବେ ଏବଂ ଅନେକ ପ୍ରସଙ୍ଗରେ ନିଜର ମତାମତ ଦେବେ ବୋଲି ସୂଚନା ରହିଛି।

ସି ଜିନପିଙ୍ଗଙ୍କ ଏସସିଓ ବୈଠକରେ ଅଂଶଗ୍ରହଣକୁ ନେଇ ଚୀନ୍ ଏହା ପ୍ରଥମ ସରକାରୀ ଘୋଷଣା। ଏସସିଓ ଏକ ପ୍ରଭାବଶାଳୀ ଅର୍ଥନୈତିକ ଏବଂ  ସିକ୍ୟୁରିଟି ବ୍ଲକ୍ ଭାବରେ ବିବେଚନା କରାଯାଏ, ଯାହା ସର୍ବ ବୃହତ ଆନ୍ତର୍ଜାତୀୟ ସଂଗଠନ ଭାବରେ ଉଭା ହୋଇଛି। ୨୦୨୧ ମସିହାରେ ଏକ ଶିଖର ସମ୍ମିଳନୀରେ ଏହା ପ୍ରତିଷ୍ଠିତ ହୋଇଥିଲା। ତା’ପରେ ଋଷ, ଚୀନ୍, କିର୍ଗିଜ୍ ରିପବ୍ଲିକ୍, କଜାକିସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିମାନେ ଏହାକୁ ଆଗକୁ ବଢାଇଥିଲେ। ୨୦୧୭ ରେ ଭାରତ ଏବଂ ପାକିସ୍ଥାନ ଏହାର ସ୍ଥାୟୀ ସଦସ୍ୟ ହୋଇଥିଲେ। ଚଳିତ ବର୍ଷ ଏହାର ଅଧ୍ୟକ୍ଷତା କରୁଛି ଭାରତ । ସୂଚନାଯୋଗ୍ୟ, ଭାରତ ଏବଂ ଚୀନ୍‌ ମଧ୍ୟରେ ସୀମା ବିବାଦ ଯୋଗୁଁ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କରେ ତିକ୍ତତା ଲାଗିରହିଛି। ତେବେ ବୈଠକରେ ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆସିବାର ସମ୍ଭାବନା ରହିଛି।

Leave A Reply

Your email address will not be published.