Latest Odisha News

BREAKING NEWS

ଭାରତରେ ନ୍ୟୁଜ ୱେବସାଇଟ ବନ୍ଦ କଲା ୟାହୁ

ନୂଆଦିଲ୍ଲୀ:ୟାହୁ ଭାରତରେ ତାର ନ୍ୟୁଜ ୱେବସାଇଟକୁ ବନ୍ଦ କରି ଦେଇଛି । ଏଗୁଡିକ ମଧ୍ୟରେ ୟୁାହୁ ନ୍ୟୁଜ, ୟାହୁ କ୍ରିକେଟ, ଫାଇନାନ୍ସ, ଏଂଟରଟେନମେଂଟ ଓ ମେକର୍ସ ଇଣ୍ଡିଆ ସାମିଲ । ତେବେ ୟାହୁ ଇ-ମେଲ ଓ ସର୍ଚ୍ଚ ସେବା ପୂର୍ବଭଳି ଜାରୀ ରହିବ । ୟାହୁ ୱେବସାଇଟ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ ନୋଟିସ ଜାରୀ କରାଯାଇ ଗ୍ରାହକଙ୍କୁ ସୂଚନା ଦିଆଯାଇଛି ।

ଭାରତର ଡିଜିଟାଲ କଂଟେଟ ନେଇ ବିଦେଶୀ କମ୍ପାନୀଙ୍କ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁ ଆମେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛୁ । ଏହି ଅବସରରେ ୨ ଦଶନ୍ଧି ଧରି ଭାରତର ଦର୍ଶକଙ୍କ ସହଯୋଗ ନେଇ ଧନ୍ୟବାଦ ଅର୍ପଣ କରିଛି । ସୂଚନାଯୋଗ୍ୟ, ଅକ୍ଟୋବରରୁ ବାଧ୍ୟତାମୂଳକ ଭାବେ ନୂତନ ଏଫଡିଆଇ ରେଗୁଲେଶନ ହେବ ।

Leave A Reply

Your email address will not be published.