Latest Odisha News

BREAKING NEWS

ଉତ୍ତରପ୍ରଦେଶ: ‘ଯମୁନା ଏକ୍ସପ୍ରେସ ୱେ’ ବ୍ରିଜ୍ ତଳକୁ ଖସିଲା ବସ୍, ୨୯ ଜଣଙ୍କ ଶୋଚନୀୟ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିକଟବର୍ତ୍ତୀ ନୋଇଡ଼ା-ଆଗ୍ରାକୁ ଯୋଗାଯୋଗ କରୁଥିବା ‘ଯମୁନା ଏକ୍ସପ୍ରେସ ୱେ’ରେ ବ୍ରିଜ୍ ତଳକୁ ଏକ ଯାତ୍ରୀବାହୀ ବସ୍ ଖସି ପଡ଼ିବା ଫଳରେ ୨୯ ଜଣ ଯାତ୍ରୀଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଏହି ଏକ୍ସପ୍ରେସ ୱେରେ ଥିବା ଏକ ପୋଲର ୫୦ ଫୁଟ ତଳକୁ ଦୁର୍ଘଟଣାଗ୍ରସ୍ତ ହୋଇ ବସଟି ଖସିପଡ଼ିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କୁ ପୋଲତଳୁ ଉଦ୍ଧାର କରାଯିବା ସହିତ ଆହତମାନଙ୍କୁ ଉଦ୍ଧାର କରାଯାଉଛି । ଅନେକ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ଲାଗି ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଉମିଳିଥିବା ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ବସଟି ଉତ୍ତରପ୍ରଦେଶ ରାଜଧାନୀ ଲଖନଉରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ଚାଳକ ଜଣକ ଗାଡ଼ିର ନିୟନ୍ତ୍ରଣ ହରାଇବା ଯୋଗୁଁ ଗାଡ଼ିଟି ପୋଲ ତଳକୁ ଖସିପଡ଼ିଥିଲା ।

ଦୁର୍ଘଟଣା ସମ୍ପର୍କରେ ଖବରପାଇ ପୋଲିସ ସହିତ ଆମ୍ବୁଲାନ୍ସ ଏବଂ ଦମକଳ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.