Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା ୦୮-୦୭ -୨୦୧୯ ସୋମବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୮ ସୋମବାର ମିଥୁନ ୨୪ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଭୁକ୍ତ ସପ୍ତମୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର
ଘାତ ବାର:-ମିଥୁନ ରାଶିର
ଘାତ ଚନ୍ଦ୍ର :-ବୃଷ ରାଶି ପୁରୁଷ ଧନୁ ରାଶି ମହିଳାଙ୍କର
ଆଜି: ପିତା ଦ୍ରବ୍ୟ ଓ ତାଳ ଖାଇବା ନିଷେଧ

ମେଷ
ଦୃଢ଼ ମନୋବଳ ଯୋଗୁ ପ୍ରତ୍ୟେକଟି କାର‌୍ୟ୍ୟରେ ସଫଳତା ମିଳିବ । ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟକୁ ଦୂର ହୋଇଯିବ ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଉନ୍ନତି କରିବେ ମହିଳାମାନେ ଘରେ ବାହାରେ ପ୍ରଶଂସନୀୟ ହେବେ ।

ବୃଷ
ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭକରି ଆଶା ପୂରଣ କରିବେ। ବ୍ୟବସାୟୀମାନେ ଲାଭବାନ ହେବେ ।ଆନୁଷ୍ଠାନିକ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଆଲୋଚନା ପରିସରରେ ଆପଣଙ୍କୁ ସଫଳତା ମିଳିବ

ମିଥୁନ
ପାରିବାରିକ ଜୀବନ ସୁଖମୟ ହେବ ।ଶତୃମାନେ ପରାଜୟ ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ଖ୍ୟାତି ଅର୍ଜନ କରିବେ ।

କର୍କଟ
ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ଓ ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ଗୁପ୍ତ ଶତୃମାନେ ପରାଜୟ ହେବେ ।ବ୍ୟବସାୟୀମାନେ ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ

ସିଂହ
କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗ ମିଳିବ ନାହିଁ । ନିର୍ମାଣଧୀନନ କାର‌୍ୟ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ । ଧନ ମାନ ସମ୍ମାନ ହାନୀ ହେବ ।

କନ୍ୟା
ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ସ୍ଵାଦିଷ୍ଟ ଭୋଜନ ପ୍ରାପ୍ତି ହେବ । ପ୍ରତିଦ୍ୱନ୍ଦ୍ୱିତାରେ ବିଜୟଲାଭ କରାଇବ। ପାରିବାରିକ କ୍ଷେତ୍ରର ସମ୍ପର୍କ ପୂର୍ବପରି ଅତୁଟ ରହିବ । ବ୍ୟବସାୟୀମାନେ ଲାଭବାନ ହେବେ ।

ତୁଳା
ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖା ଦେଇପାରେ । ଶାରୀରିକ ଓ ମାନସିକ ସମସ୍ୟା ଦେଖା ଦେବ । ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଅମନ ଯୋଗି ହେବେ ।

ବିଛା
କାର‌୍ୟ୍ୟସିଦ୍ଧି ସହ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ । ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଶରେ ଭଲ ରହିବ । ସାହିତ୍ୟ କଳା ସଙ୍ଗୀତ କ୍ଷେତ୍ରରେ ସଫଳତା ମିଳିବ । ନୂତନ ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି ।

ଧନୁ
କର୍ମକ୍ଷେତ୍ରରେ ସଫଳତା ମିଳିବ । ଶରୀର ସୁସ୍ଥ ମନ ନିର୍ମଳ ରହିବ ଓ ଲୋକସମ୍ପର୍କ ବୃଦ୍ଧି ପାଇବ। ପରିବହନ ଜାତୀୟ ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ସଫଳତା ମିଳିପାରେ ।

ମକର
ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଇପାରେ । ସନ୍ତାନ ସନ୍ତତି ମାନଙ୍କ ପାଇଁ ଚିନ୍ତିତ ହେବେ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସୁଯୋଗ ନପାଇ ମନସ୍ତାପ ଦେଇ ଗତି କରିବେ ।

କୁମ୍ଭ
ଆଜି ଆପଣ ଜଗିରଖି ଚଳନ୍ତୁ ।ଶତୃମାନେ ଚକ୍ରାନ୍ତ କରିବେ ଅର୍ଥ ହାନୀ କାର‌୍ୟ୍ୟରେ ବ୍ୟାଘାତ ମନକୁ ଭାରାକ୍ରାନ୍ତ କରାଇବ। ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ । ବିନା ଦୋଷରେ ଦୋଷି ସାବ୍ୟସ୍ତ ହୋଇପାରନ୍ତି ।

ମୀନ
ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ମାନ ସମ୍ମାନ ପ୍ରତିଷ୍ଠା ସୌଭାଗ୍ୟ ପ୍ରାପ୍ତି ହେବ ବ୍ୟବସାୟୀମାନେ ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ । ମହିଳାମାନେ ପ୍ରଶଂସନୀୟ ହେବେ ।

Leave A Reply

Your email address will not be published.