ମୁମ୍ବାଇ: ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୈସୱାଲ ଘରୋଇ କ୍ରିକେଟରେ ମୁମ୍ବାଇ ପକ୍ଷରୁ ଖେଳିବେ ନାହିଁ ବୋଲି ସେ ନିଷ୍ପତି ନେଇଛନ୍ତି । ସେ ବ୍ୟକ୍ତିିଗତ କାରଣ ଯୋଗୁ ମୁମ୍ବାଇ ବଦଳରେ ଗୋଆ ଟିମ ପକ୍ଷରୁ ଖେଳିବେ । ମୁମ୍ବାଇ କ୍ରିକେଟ ଆସୋସିଏଶନ ନିକଟରେ ସେ ଏ ନେଇ ଅନୁରୋଧ କରିଥିଲେ । ଏମସିଏ ତାଙ୍କ ଅନୁରୋଧ ରକ୍ଷା କରିଛି । ଯଶସ୍ୱୀ ଦୀର୍ଘ ଦିନ ହେବ ମୁମ୍ବାଇ ପକ୍ଷରୁ ଖେଳି ଆସୁଛନ୍ତି । ରିପୋର୍ଟ ମୁତାବକ ସେ ଗୋଆର ଅଧିନାୟକ ଦାୟିିତ୍ୱ ମଧ୍ୟ ତୁଲାଇ ପାରନ୍ତି । ୨୦୨୫-୨୬ ସିଜନରେ ଯଶସ୍ୱୀ ଗୋଆ ପକ୍ଷରୁ ଖେଳିବେ । ଜାନୁୟାରୀ ୨୩ରୁ ୨୫ ମଧ୍ୟରେ ଖେଳା ଯାଇଥିବା ଜମ୍ମୁ ଏବଂ କଶ୍ମୀର ବିପକ୍ଷ ରଣଜୀ ମ୍ୟାଚରେ ସେ ୪ ଓ ୨୬ ରନ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇ ରଣଜୀ ଟ୍ରଫିରେ ପ୍ରଥମ ଥର ପାଇଁ ଜମ୍ମୁ ଏବଂ କଶ୍ମୀର ନିକଟରୁ ମୁମ୍ବାଇ ପରାଜୟବରଣ କରିଥିଲା ।
ଯଶସ୍ୱୀ ଭାବିଚିନ୍ତି ଏହି ପଦକ୍ଷେପ ଗ୍ରହଣ କରିଥିବେ ବୋଲି ଏମସିଏର ଜନୈକ ଅଧିକାରୀ କହିଛନ୍ତି । ଅପରପକ୍ଷରେ ଗୋଆ କ୍ରିକେଟ ସଂଘର ସେକ୍ରେଟାରୀ ଶାମ୍ବା ଦେଶାଈ ଏହାକୁ ସ୍ୱାଗତ କରିଛନ୍ତି । ସେ ଭାରତୀୟ ଟିମ ପକ୍ଷରୁ ନ ଖେଳୁଥିବା ବେଳେ ଗୋଆର ନେତୃତ୍ୱ ମଧ୍ୟ ନେଇ ପାରନ୍ତି ବୋଲି କହିଛନ୍ତି । ଯଶସ୍ୱୀ ତୃତୀୟ ଖେଳାଳି ଭାବେ ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଖେଳିବେ । ତାଙ୍କ ପୂର୍ବରୁ ଅର୍ଜୁନ ତେନ୍ଦୁଲକର ଓ ସିଦ୍ଧେଶ ଲାଡ ଗୋଆ ପକ୍ଷରୁ ଖେଳୁଛନ୍ତି ।
Comments are closed.