ମାଡ୍ରାସ: କେଜିଏଫ ଫେମ ୟଶ ତାଙ୍କର ଆଗାମୀ ଫିଲ୍ମ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଗୋଆର ଡ୍ରଗ୍ସ ସିଣ୍ଡିକେଟ ଉପରେ ଏହି ଫିଲ୍ମ ଆଧାରିତ । ଏହା ଏକ ପିରିୟଡ କ୍ରାଇମ ଡ୍ରାମା । ୬୦ ଦଶକରେ ରୁଷିଆ ଓ ଭାରତର ଡ୍ରଗ୍ସ ମାଫିଆଙ୍କ ରାଜୁତି ଏଥିରେ ଦର୍ଶାଯିବ । ୟଶଙ୍କୁ କାହାଣୀ ବେଶ ପସନ୍ଦ ଆସିଛି । ମାଲାୟଲମ ନିର୍ଦ୍ଦେଶକ ଲତା ମେନନ ଏହାର ନିର୍ଦ୍ଦେଶନା ଦେବେ । ସୂଚନାଯୋଗ୍ୟ, ଲତା ହେଉଛନ୍ତି ଲୋକପ୍ରିୟ ଫିଲ୍ମ ମେକର ଓ ଫଟୋଗ୍ରାଫର ରାଜୀବ ମେନନଙ୍କ ପତ୍ନୀ । ଏହି ଆକ୍ସନ ଥ୍ରୀଲରର ବଜେଟ ୧୦୦କୋଟି ରଖାଯାଇଛି ।
ୟଶଙ୍କୁ କାହାଣୀ ଏତେ ପସନ୍ଦ ଆସିଛି ଯେ, ସେ ତାଙ୍କ ଅନ୍ୟ ପ୍ରୋଜେକ୍ଟ ଅପେକ୍ଷା ଏହାକୁ ସମୟ ଦେବା ପାଇଁ ରାଜି ହୋଇଛନ୍ତି । ନିଶା ଏବଂ ହିପ୍ପି କଲଚର ଆଧୁନିକ ସଭ୍ୟତାରେ କିପରି ମାତି ଯାଇଥିଲା ତାହା ଏହି ଫିଲ୍ମରେ ଚିତ୍ରଣ କରାଯିବ । ଅନ୍ୟ କଳାକାର ଚୟନ ହେବା ପରେ ଫିଲ୍ମ ଫ୍ଲୋରକୁ ଯିବ । ୟଶଙ୍କ କେଜିଏଫ ୩ର ଶୁଟିଂ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ।
Comments are closed.