Latest Odisha News

BREAKING NEWS

ନିଜ ଉପରେ ଲାଗିଥିବା ଆତଙ୍କବାଦ ଅଭିଯୋଗକୁ ସ୍ୱୀକାର କଲା ୟାସିନ ମଲ୍ଲିକ

ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ମଙ୍ଗଳବାର ଦିନ ଦିଲ୍ଲୀର ଏକ ଅଦାଲତରେ କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହିତ ଜଡିତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି। ୟାସିନ ବିରୋଧରେ ଆତଙ୍କବାଦୀ କାର୍ୟ୍ୟକଳାପ ପାଇଁ ୟୁଏପିଏର ଧାରା 16 ଅନୁଯାୟୀ ମାମଲା ରୁଜୁ ହୋଇଥିଲା ।  ସେହିପରି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ ଧାରା 17, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡୟନ୍ତ୍ର ଧାରା 18, ଅପରାଧିକ ଷଡଯନ୍ତ୍ର ଧାରା 120-ବି ଏବଂ ଦେଶଦ୍ରୋହ ମାମଲା ଧାରା 124-ଏ ରୁଜୁ କରିଥିଲା।

କୋର୍ଟର ସ୍ୱତନ୍ତ୍ର ବିଚାରପତି ପ୍ରବୀଣ ସିଂହ ଆସନ୍ତା 19 ତାରିଖରେ ୟାସିନ ମଲିକଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇପାରନ୍ତି । ଏହି ସମୟରେ ୟାସିନଙ୍କୁ ଆଜୀବନ କାରାଦଣ୍ଡ ହୋଇପାରେ। ଏହା ପୂର୍ବରୁ ହୋଇଥିବା ଶୁଣାଣି ବେଳେ ପ୍ରମାଣିତ ହୋଇଛି ଯେ ୟାସିନ ମଲ୍ଲିକ ଓ ଅନ୍ୟମାନେ ଆତଙ୍କବାଦ ପାଇଁ ପ୍ରତ୍ୟକ୍ଷ ଭାବେ ପାଣ୍ଠି ସଂଗ୍ରହ କରୁଥିଲେ। କୋର୍ଟ ଏହା ମଧ୍ୟ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମ ନାମରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ଅନ୍ୟ ବେଆଇନ କାମ ପାଇଁ ପାଣ୍ଠି ସଂଗ୍ରହ କରିବା ପାଇଁ ୟାସିନ ମଲିକ ସମଗ୍ର ବିଶ୍ୱରେ ଏକ ବ୍ୟବସ୍ଥା ତିଆରି କରିଥିଲେ।

Leave A Reply

Your email address will not be published.