Latest Odisha News

BREAKING NEWS

ଦେଶର ୪୦ଟି ସ୍ଥାନରେ ଏକକାଳୀନ ସିବିଆଇ ରେଡ୍, ଟାର୍ଗେଟରେ ଗୃହ ମନ୍ତ୍ରାଳୟର ଅଧିକାରୀ

ନୂଆଦିଲ୍ଲୀ: ବିଦେଶୀ ଚାନ୍ଦା ପାଇବାରେ ଆବଶ୍ୟକ ନିୟମ ଅନୁପାଳନ ହୋଇନଥିବା ଅଭିଯୋଗରେ ସିବିଆଇ ରେଡ୍ । ଦେଶର ୪୦ଟି ସ୍ଥାନରେ ସିବିଆଇ ଏହି ରେଡ୍ କରିଛି । ମଙ୍ଗଳବାର ଏହି ସୂଚନା ମିଳିଛି । ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ଆଇନ (ଏଫସିଆରଏ)ର ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ, ଚେନ୍ନାଇ, ହାଇଦ୍ରାବାଦ, କୋଏମ୍ବାଟୁର, ମହୀଶୂର ଏବଂ ରାଜସ୍ଥାନର କିଛି ସ୍ଥାନରେ ପ୍ରାୟ ୪୦ଟି ସ୍ଥାନରେ ଏକ ସମନ୍ୱିତ ଅପରେସନ ଚାଲିଛି ବୋଲି ସୂଚନା ମିଳିଛି।

ଏହି ଅପରେସନରେ ଗୃହ ମନ୍ତ୍ରାଳୟର ଅନେକ ଅଧିକାରୀ ସାମିଲ ଥିବା ଜଣାପଡିଛି । ଏନଜିଓ ଓ ମଧ୍ୟସ୍ଥିଙ୍କ ପ୍ରତିନିଧିମାନେ ମଧ୍ୟ ଏହି କାମରେ ଲିପ୍ତ ଥିବା ସୂଚନା ରହିଛି । ଏହି ମାମଲାରେ ସିବିଆଇ ବର୍ତ୍ତମାନ ସୁଦ୍ଧା ଗୃହ ମନ୍ତ୍ରଣାଳୟର ଅଧିକାରୀ ଏବଂ ଏନଜିଓର ପ୍ରତିନିଧିଙ୍କ ସମେତ ପ୍ରାୟ ଛଅ ଜଣଙ୍କୁ ଗିରଫ କରିଛି। ଏକ ଦୁର୍ନୀତି ମାମଲାରେ ଗୃହ ମନ୍ତ୍ରାଳୟର କିଛି ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରିବା ପରେ ସିବିଆଇ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

ବିଦେଶୀ ଅନୁଦାନ ପାଇବା ପାଇଁ ସମସ୍ତ ଏନଜିଓକୁ ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ଆଇନ ବା ଏଫସିଆରଏ ଅଧୀନରେ ପଞ୍ଜିକୃତ ହେବା ବାଧ୍ୟତାମୂଳକ । ସମସ୍ତ ପଞ୍ଜିକୃତ ସଂସ୍ଥାକୁ ଆର୍ଥିକ ବର୍ଷ ବନ୍ଦ ହେବାର ନଅ ମାସ ମଧ୍ୟରେ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ଆୟ ଓ ବ୍ୟୟ ବିବରଣୀ ଦେବାକୁ ପଡେ ।

ଅଭିଯୋଗ ଅନୁସାରେ ଏଫସିଆରଏ କ୍ଲିୟରାନ୍ସ ସହିତ ଜଡିତ ବୈଦେଶିକ ଡିଭିଜନରେ ତଳ କର୍ମଚାରୀ ଅଧିକାରୀଙ୍କୁ ଲାଞ୍ଚ ପ୍ରଦାନ କରାଯାଇଥିଲା। ଏହି ଲାଞ୍ଚ ଦେଇଥିଲେ ଏନଜିଓ କମ୍ପାନୀମାନେ । ହେଲେ ମଧ୍ୟସ୍ଥିମାନେ ଏନଜିଓରୁ ଟଙ୍କା ନେଇ ଏଫସିଆରଏ କ୍ଲିୟରାନ୍ସ ଦେଇନଥିଲେ । ପରେ ସରକାରୀ ଅଧିକାରୀଙ୍କ ଦ୍ୱାରା ଏନଜିଓମାନେ ଲାଇସେନ୍ସ ପାଇଥିଲେ । ହେଲେ ଏହି ସମୟରେ ଆର୍ଥିକ ନେଣଦେଣ ହୋଇଛି କି ନାହିଁ ଜଣାପଡିନି।

Leave A Reply

Your email address will not be published.