ଭୁବନେଶ୍ୱର: ବିବାଦରେ ଫସିଥିବା ଯାତ୍ରା ଅଭିନେତା ପିୟୂଷ କୋର୍ଟକୁ ଆସିଲେନି । ଆଜି ତାଙ୍କୁ କୋର୍ଟରେ ହାଜର ହେବା ପାଇଁ କୋର୍ଟ ତରଫରୁ ତାଙ୍କୁ ନୋଟିସ ହୋଇଥିଲା । ହେଲେ ସେ ବ୍ୟକ୍ତିଗତଭାବେ ହାଜର ହୋଇନାହାଁନ୍ତି । ତାଙ୍କ ସ୍ଥାନରେ ଓକିଲ କୋର୍ଟରେ ପକ୍ଷ ରଖିଥିବା କୁହାଯାଇଛି । ପିୟୂଷ ସିଂହବାହିନୀରେ ଯାତ୍ରା କରିବାରୁ ସୂର୍ଯ୍ୟ ମନ୍ଦିର ମାଲିକ କୋର୍ଟରେ ଅଭିଯୋଗ କରିଥିଲେ ।
ପିୟୂଷ ସୂର୍ଯ୍ୟ ମନ୍ଦିର ମାଲିକଙ୍କ ହିସାବ କ୍ଲିୟର ନକରି କେମିତି ଅଲଗା ଅନୁଷ୍ଠାନରେ ଯାତ୍ରା କଲେ ବୋଲି ସେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ସୂର୍ଯ୍ୟମନ୍ଦିର ଯାତ୍ରା ଅନୁଷ୍ଠାନରେ ଯାତ୍ରା କଲାବେଳେ ପିୟୂଷ ସିଂହବାହିନୀ ମାଲିକଙ୍କଠାରୁ ଟଙ୍କା ଆଣିଥିଲେ । ବର୍ଷ ଆରମ୍ଭରୁ ଏହି ବିବାଦ ଲାଗିରହିବାରୁ ସେ ଯାତ୍ରା କରୁନଥିଲେ । ଏବେ ପୁଣି ଯାତ୍ରା କରିବାରୁ ତାଙ୍କ ନାଁରେ ଅଭିଯୋଗ ହୋଇଛି ।