ନୂଆଦିଲ୍ଲୀ: ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୨୦୨୧ ବର୍ଷ ଗତ ବର୍ଷ ଅପେକ୍ଷା ଭଲ ଥିଲା। ଗୋଟିଏ ବର୍ଷର ଅପେକ୍ଷା ପରେ ଚଳିତ ବର୍ଷ ପ୍ରେକ୍ଷାଳୟରେ ଫିଲ ରିଲିଜ ଆରମ୍ଭ ହୋଇଥିଲା। ଏହି ବର୍ଷ ଅନେକ ସୁପରହିଟ୍ ଫିଲ୍ମ ରିଲିଜ ହୋଇଥିଲା। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷର ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର ସମ୍ବନ୍ଧରେ।
୮୩
ରଣବୀର ସିଂଙ୍କ ଅଭିନୀତ ଏବଂ କବୀର ଖାନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ୮୩ ୨୦୨୧ର ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଅଟେ। ଏହି ଚଳଚ୍ଚିତ୍ରଟି ୧୯୮୩ ମସିହାରେ ଭାରତର ଐତିହାସିକ ବିଶ୍ୱକପ ବିଜୟ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରଟି IMDbରେ ୭.୪ ରେଟିଂ ପାଇଛି।
ସର୍ଦ୍ଦାର ଉଦମ୍
ଭିକି କୌଶଲ ପୁଣିଥରେ ସର୍ଦ୍ଦାର ଉଦାମଙ୍କ ସହ ତାଙ୍କର ଅଭିନୟ କଳାକୁ ପ୍ରମାଣ କରିବାରେ ସଫଳ ହୋଇଛନ୍ତି। ଏହି ଚଳଚ୍ଚିତ୍ରଟି ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ହୋଇଛି ଏବଂ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଦାମ ସିଂଙ୍କ ସାହସିକ ଯାତ୍ରା ଏଥିରେ ଦର୍ଶକଙ୍କୁ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ ସିର୍କର।
ଶେର୍ଶାହା
ଶେର୍ଶାହାରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି। ଏହି ଚଳଚ୍ଚିତ୍ରଟି କାର୍ଗିଲ ଯୁଦ୍ଧର ହିରୋ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନୀ ଉପରେ ଆଧାରିତ। ଏହା ୨୦୨୧ ବର୍ଷର ସର୍ବୋତ୍ତମ ଫିଲ୍ମ ମଧ୍ୟରୁ ଗୋଟିଏ।
ମିମି
ଫିଲ୍ମ ମିମିରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ କ୍ରିତି ସାନନ୍। ନିଜର କଠିନ ପରିଶ୍ରମ ଏବଂ ପ୍ରତିଭା ବଳରେ କ୍ରିତି ଏକ ଛାପ ଛାଡିଦେଇଛନ୍ତି। ଏଥିରେ କ୍ରିତିଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପଙ୍କଜ ତ୍ରିପାଠୀ। ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା।
ହସିନ୍ ଦିଲ୍ରୁବା
ଚଳଚ୍ଚିତ୍ର ହସିନ୍ ଦିଲରୁବା ମାଧ୍ୟମରେ ଏକ ନିଆରା କାହାଣୀକୁ ପରିବେଷଣ କରାଯାଇଥିଲା। ଯାହା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଏଥିରେ ମୁଖ୍ୟ ଭୂମିକାରେ ତାପସୀ ପନ୍ନୁ ଓ ବିକ୍ରାନ୍ତ ମାସେ ଅଭିନୟ କରିଥିଲେ।
ବେଲ ବଟମ୍
କରୋନା ପରେ ବଲିଉଡ୍ର ଆକ୍ସନ ହିରୋ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ବେଲ୍ବଟମ୍ ପ୍ରଥମ ଥର ପାଇଁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହା ଦର୍ଶକଙ୍କ ଆଦୃତ ଲାଭ କରିଥିଲା। ଏହା ୨୦୨୧ ବର୍ଷର ହିଟ୍ ମୁଭି ମଧ୍ୟ ଗୋଟିଏ। ଏଥିରେ ଅକ୍ଷୟ ଏବଂ ବାନି କପୁର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।
ଶେର୍ନି
ବିଦ୍ୟା ବାଲାନଙ୍କ ଅଭିନୀତ ଶେର୍ନି ବର୍ଷର ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଏହି ଅଭିନେତ୍ରୀ ଏଥିରେ ଜଣେ ବନ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ।
Comments are closed.