ନୂଆଦିଲ୍ଲୀ: ଆସନ୍ତାକାଲି ନୂଆବର୍ଷ। ବ୍ୟକ୍ତିଗତ ହେଉ ଅବା ବୃତ୍ତିଗତ ଗତବର୍ଷ ଅନେକ ସେଲିବ୍ରିଟି କିଛି ନା କିଛି କାରଣରୁ ବିବାଦ ଘେରକୁ ଆସିଥିଲେ। ମୁମ୍ବାଇର କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କ ଗିରଫଦାରୀ ଠାରୁ ଆରମ୍ଭ କରି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ସହ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଥିବା ଅଭିଯୋଗ ଏବଂ ମନି ଲଣ୍ଡରିଂ ମାମଲାରେ ସମ୍ପୃକ୍ତି। ଏହି ସମସ୍ତ ଭୁଲ କାରଣ ପାଇଁ ଚଳିତ ବର୍ଷ ସେଲିବ୍ରିଟିମାନେ ଚର୍ଚ୍ଚାରେ ଆସିଥିଲେ। ତେବେ ଆସନ୍ତୁ ନଜର ପକାଇବା ସେହିଭଳି କିଛି ବିବାଦୀୟ ବଲିଉଡ୍ ସେଲିବ୍ରିଟିଙ୍କ ସମ୍ବନ୍ଧରେ।
କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନଙ୍କ ସମ୍ପୃକ୍ତି
ଅକ୍ଟୋବରରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ (ଏନସିବି) ଗିରଫ କରିଥିଲା। ଏହି ଖବର ବଲିଉଡ ଏବଂ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପରେ ଆର୍ଯ୍ୟନଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲକୁ ପଠାଯାଇଥିଲା। ତିନି ସପ୍ତାହ ପରେ ସେ ଜାମିନରେ ଘରକୁ ଫେରିଥିଲେ।
ପର୍ଣ୍ଣ ଭିଡିଓ ନର୍ମାଣ ମାମଲାରେ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ହଟଶଟ୍ ନାମକ ଏକ ମୋବାଇଲ୍ ଆପ୍ ବ୍ୟବହାର କରି ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ତଥା ପ୍ରସାରଣ ଅଭିଯୋଗରେ ଜୁଲାଇ ମାସରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ସେପ୍ଟେମ୍ବରରେ ମୁମ୍ବାଇ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସେ ଘରକୁ ଫେରିବା ପରେ ଶିଳ୍ପା ଏବଂ ରାଜ ଏକାଠି ଜନସାଧାରଣଙ୍କ ନିକଟରେ ନଜର ଆସିନାହାନ୍ତି।
ମନି ଲଣ୍ଡରି ମାମଲାରେ ଜ୍ୟାକଲିନ୍
ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରି ମାମଲାରେ ଜ୍ୟାକ୍ଲିନ୍ଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଭିନେତ୍ରୀଙ୍କୁ (ଇଡି) ଏକାଧିକ ଥର ପଚରାଉଚରା କରିଛି।
କରୀନା କପୁର ଖାନ ତାଙ୍କ ଦ୍ୱିତୀୟ ପୁତ୍ର ଜେହଙ୍କ ନାଁକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। କରୀନା ଫିଲ୍ମ ରାମାୟଣରେ ସୀତାଙ୍କ ଭୂମିକାରେ ଅଭିନୟ ପାଇଁ ୧୨ କୋଟି ଟଙ୍କା ମାଗିଥିବା ନେଇ ଆଉ ଏକ ବିବାଦ ଉପୁଜିଥିଲା।
ସୋନୁଙ୍କ ସମ୍ପତ୍ତି ଉପରେ ଆଇଟି ଚଡଉ
ସେପ୍ଟେମ୍ବରରେ ଚାରି ଦିନ ପାଇଁ ସୋନୁ ସୁଦଙ୍କ ସମ୍ପତ୍ତି ଉପରେ ଆୟକର ବିଭାଗ ଚଢଉ କରିଥିଲା। ସୋନୁଙ୍କ ଫାଉଣ୍ଡେସନ ପାଇଁ ସଂଗୃହୀତ ପାଣ୍ଠି ସମ୍ପର୍କରେ ଟିକସ ଫାଙ୍କିବାର ପ୍ରମାଣ ଥିବା ଅଧିକାରୀମାନେ ଦାବି କରିଥିଲେ।
ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ଛାଡପତ୍ର
ଦକ୍ଷିଣ ଚଳଚ୍ଚିତ୍ର ଜଗତର ସୁପର୍ହିଟ୍ ଷ୍ଟାର ଦମ୍ପତି ନାଗା ଚୈତନ୍ୟ ଓ ସାମନ୍ଥା ସେମାନଙ୍କ ଛାଡପତ୍ର ଘୋଷଣା କରିଥିଲେ। ଏହାପରେ ଉଭୟଙ୍କୁ ଟ୍ରୋଲ ମଧ୍ୟ ହେବାକୁ ପଡ଼ିଥିଲା। ଏହି ଅଭିନେତ୍ରୀ ତିନୋଟି ୟୁଟ୍ୟୁବ୍ ଚ୍ୟାନେଲ ବିରୁଦ୍ଧରେ ଏକ ମକଦ୍ଦମା ଦାୟର କରିଥିଲେ।
Comments are closed.