Latest Odisha News

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ! ୫୨ବର୍ଷୀୟ ବ୍ୟକ୍ତି ନାଇଜେରିଆ ଫେରନ୍ତା

ଦିଲ୍ଲୀ: ଓମିକ୍ରନ ଭାରିଏଣ୍ଟ ନିଜ କାୟା ବିସ୍ତାର କରି ଚାଲିଛି । ଏହି ମଧ୍ୟରେ ଭାରତରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜନସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡ଼ା ପୌର ନିଗମର ଜଣେ ୫୨ବର୍ଷୀୟ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ଥିବା ବ୍ୟକ୍ତି ଜଣକ ଯଶୱନ୍ତରାଓ ଚାଭାନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ଯେ, ରୋଗୀ ନାଇଜେରିଆରୁ ଫେରିଥିଲେ । ଏବଂ ଗତ ୧୩ବର୍ଷ ହେଲା ତାଙ୍କୁ ମଧୁମେହ ରୋଗ ହୋଇଥିଲା ।

BjdElectrycity

ସରକାର ଏହାକୁ ଅଣ କୋଭିଡ଼ ମୃତ୍ୟୁ ବୋଲି କହିଥିଲେ । ଆଜିର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଭାଇରୋଲୋଜି (ଏନଆଇଭି) ରିପୋର୍ଟରୁ ଜଣାପଡ଼ୁଛି ଯେ, କୋଭିଡ଼-୧୯ର ଓମିକ୍ରନ ଭାରିଆଣ୍ଟରେ ସେ ସଂକ୍ରମିତ ଥିଲେ । ଗୁରୁବାର ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମଣର ୧୯୮ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ମୋଟ୍ ଓମିକ୍ରନ ସଂଖ୍ୟା ୪୫୦କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.