Latest Odisha News

BREAKING NEWS

୨୦୨୫: ଭାରତୀୟ କ୍ରୀଡା ପାଇଁ ଥିଲା ଗୌରବାନ୍ୱିତର ବର୍ଷ

୨୦୨୫ ଭାରତୀୟ କ୍ରୀଡା ପାଇଁ ଏକ ସଫଳତାର ବର୍ଷ ଥିଲା କହିଲେ ଭୁଲ ହେବନି । ବିଶେଷ କରି କ୍ରିକେଟରେ ଟିମ ଇଣ୍ଡିଆ ୨ଟି ବିଶ୍ୱକପ ଜିତିଥିଲା । ଏହା ବ୍ୟତୀତ ଅନ୍ୟ କ୍ରୀଡାଗୁଡିକରେ ମଧ୍ୟ ଆଥଲେଟମାନେ ଭାରତକୁ ଗୌରବାନ୍ୱିତ କରିଛନ୍ତି । ଆସନ୍ତୁ ନଜର ପକାଇବା ଭାରତର ସଫଳ ଫର୍ଦ୍ଦ ଉପରେ.. ।
ମହିଳା ବିଶ୍ୱକପ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଭାରତ ମହିଳା ଦିିନିକିଆ ବିଶ୍ୱକପ ଟାଇଟଲ ହାସଲ କରିଛି । ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ହରାଇ ଭାରତ ଏହି ସଫଳତା ଅର୍ଜନ କରିଛି ।

ଆଇସିସି ଚାମ୍ପିୟନ୍ସ ଟ୍ରଫି: ୟୁଏଇରେ ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତ ଅପରାଜେୟ ରହିଥିଲା ।
ଏସିଆ କପ: ଭାରତୀୟ ମହିଳା ଓ ପୁରୁଷ ଟିମ ଟି୨୦ ଫର୍ମାଟରେ ଆୟୋଜିତ ହୋଇଥିବା ଏସିଆ କପ ଟାଇଟଲ ହାସଲ କରିଥିଲା । ପୁରୁଷ ଟିମ ଟୁର୍ଣ୍ଣାମେଂଟରେ ପାକିସ୍ତାନକୁ ୩ ଥର ହରାଇ ଚାମ୍ପିୟନ ହୋଇଥିବା ବେଳେ ମହିଳା ଟିମ ମଧ୍ୟ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଟାଇଟଲ ହାତେଇଥିଲା । ତେବେ ବର୍ଷ ଶେଷ ପର୍ଯ୍ୟନ୍ତ ଭାରତୀୟ ଟିମ ଟ୍ରଫି ଘରକୁ ଆଣି ପାରିନାହିଁ ।ବ୍ଲାଇଣ୍ଡ ବିଶ୍ୱକପ: ଭାରତୀୟ ମହିଳା ଟିମ ପ୍ରଥମ ଥର ପାଇଁ ବ୍ଲାଇଣ୍ଡ ବିଶ୍ୱକପ ଟାଇଟଲ ହାସଲ କରିଛି । ଶ୍ରୀଲଙ୍କାରେ ଖେଳା ଯାଇଥିବା ଟୁର୍ଣ୍ଣାମେଂଟରେ ଟିମ ଇଣ୍ଡିଆ ଫାଇନାଲରେ ନେପାଳକୁ ହରାଇଥିଲା ।
ନୀରଜଙ୍କ କମାଲ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗରେ ୯୦ ମିଟର ମାର୍କ ପାର କରିଥିଲେ । ଏହା ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଜାଭେଲିନ ଥ୍ରୋୟର ଭାବେ ପରିଚିତ ଦେଇଛି ।

ଚେସର ଚମକିଲେ: ଭାରତର ଯୁବ ଚେସ ଖେଳାଳି ୱାର୍ଲ୍ଡ ଚେସ ଚାମ୍ପିୟନଶିପରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଡି.ଗୁକେଶ ସର୍ବକନିଷ୍ଠ ଚେସ ଖେଳାଳି ଭାବେ ବିଶ୍ୱ ଟାଇଟଲ ହାତେଇଛନ୍ତି । ସେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ୨୦୨୫ରେ ପାଇଛନ୍ତି ।
ଶୁଟିଂରେ କମାଲ: ଭାରତ ଶୁଟର ପୂନର୍ବାର ବିଶ୍ୱ ସ୍ତରରେ ନିଜର ପ୍ରଭାବ ବିସ୍ତାର କରିଛନ୍ତି । ଆଇଏସଏସଏଫ ବିଶ୍ୱ ଚାମ୍ପିୟନଶିପର ସମ୍ରାଟ ରାଣା ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତୀୟ ଦଳ ଟିମ ଇଭେଂଟରେ ମଧ୍ୟ ପଦକ ଜିତିଥିଲେ ।ପାରା ଆଥଲେଟ: ବିଶ୍ୱ ପାରା ଆଥଲେଟ ଚାମ୍ପିୟନଶିପରେ ଭାରତ ୨୨ ପଦକ ଜିତି ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଭାରତୀୟ ଟିମ ୬ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ଜିିତିଥିଲା ।
ୟୁଥ ସ୍ପୋର୍ଟ୍ସ: ଏସିଆନ ୟୁଥ ଗେମ୍ସରେ ଭାରତ ୪୮ ପଦକ ଜିତିଥିଲା । ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ ।
ସ୍ପେଶିଆଲ ଅଲିମ୍ପିକ୍ସ: ଇଟାଲୀର ଟୁରିନରେ ଅନୁଷ୍ଠିତ ୨୦୨୫ ସ୍ପେଶିଆଲ ଅଲିମ୍ପିକ୍ସରେ ଭାରତ ଓଭରାଲ ୩୩ ପଦକ ଜିତିଥିଲା । ଏହା ମଧ୍ୟ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ।

Leave A Reply

Your email address will not be published.