Latest Odisha News

BREAKING NEWS

ବଲିଉଡକୁ ସମ୍ମାନ ଫେରାଇଲା ୨୪

ମୁମ୍ବାଇ: ସରିସରି ଆସିଲାଣି ୨୦୨୪। ଆଉ ମାତ୍ର ଦିନ କେଇଟା, ୨୪ ପୂରି ୨୫ ଚାଲିବ । ଗତ କିଛି ବର୍ଷ ହେବ ବଲିଉଡ ସିନେମାରେ ଫ୍ଳପ ଟ୍ରେଣ୍ଡ କରୁଥିଲା ।  ବଲିଉଡ ବକ୍ସ ଅଫିସ ମାନ୍ଦା ପଡିଥିଲା । କାହାଣୀର ମାନ, ସାଉଥ୍ ଫିଲ୍ମ ପ୍ରତି ଦର୍ଶକଙ୍କ ଆକର୍ଷଣ, ରିମେକ୍ ଭଳି ଅନେକ କାରଣ ବଲିଉଡକୁ ଗତ କିଛି ବର୍ଷ ହେବ ପତନ ଆଡକୁ ଟାଣି ନେଇଥିଲା । ବଲିଉଡ ସିନେମାକୁ ଦର୍ଶକ ପ୍ରଶଂସା ଠାରୁ ବେଶୀ ସମାଲୋଚନା କରୁଥିଲେ । ହେଲେ ଚଳିତ ବର୍ଷ ସମ୍ମାନ ଫେରିପାଇଛି ବଲିଉଡ । ଛୋଟ ବଜେଟରେ ଫିଲ୍ମ ପ୍ରସ୍ତୁତ ହୋଇ ଦର୍ଶକଙ୍କ ପ୍ରଶଂସା ସାଉଁଟିଛି । ଅବଶ୍ୟ ସେଠି ମାଟି କାମୁଡିଛନ୍ତି ବଡ ବଡ ଷ୍ଟାରଙ୍କ ବଡ ବଜେଟ ଫିଲ୍ମ । ତଥାପି ଚଳିତ ବର୍ଷ ବଲିଉଡ ବକ୍ସ ଅଫିସକୁ ବଡ ଆଶ୍ବସ୍ତି ମିଳିଛି ।

ସମ୍ମାନ ଫେରାଇଲା ସ୍ତ୍ରୀ-୨

ଗତ କିଛି ବର୍ଷ ହେବ ସମାଲୋଚିତ ହୋଇଆସିଥିବା ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀକୁ ସମ୍ମାନ ଫେରାଇଥିଲା ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୂରଙ୍କ ଅଭିନୀତ ସିନେମା ସ୍ତ୍ରୀର ସିକ୍ବେଲ ସ୍ତ୍ରୀ ୨ । ହରର କମେଡି ସିନେମା ସ୍ତ୍ରୀ-୨ ହଲକୁ ଯିହାଠୁ ଆରମ୍ଭ କରି ବାହାରିବା ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଆଉ ବର୍ଷର ପ୍ରଥମାର୍ଦ୍ଧରେ ବକ୍ସ ଅଫିସକୁ ଭେଟି ଦେଇଥିଲା ୮୦୦ କୋଟିରୁ ଅଧିକ ଟଙ୍କା । ସେହିପରି ସିଂଘମ ଏଗେନ୍, ବ୍ୟାଡ୍ ନ୍ୟୁଜ୍, ଫାଇଟର, ତେରି ବାତୋଁ ପେ ଏସା ଉଲଝା ଯିଆ, କ୍ରିୟୁ, ମୁଞ୍ଜ୍ୟ, ଭୁଲ ଭୁଲେୟା ୩, ସଇତାନ୍ ଭଳି ଛୋଟ ବଜେଟର ସିନେମା ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା । ଆଉ ବଜେଟର ୨ଗୁଣାରୁ ଅଧିକ ଲାଭ ବି କମାଇଥିଲା ।

ଫ୍ଲପ୍ ବଡ ଷ୍ଟାରଙ୍କ ବଡ ବଜେଟ

ବର୍ଷ ଆରମ୍ଭ ହିଁ ବିଫଳତାର ସ୍ବାଦ ଚାଖିଥିଲା ବଡ ଷ୍ଟାରଙ୍କ ବଡ ବଜେଟ୍ । ବବି ଦେଓଲ, ସାଉଥ୍ ସୁପରଷ୍ଟାର ସୁରିଆ, ଦିଶା ପଟାନି ପ୍ରମୁଖଙ୍କୁ ନେଇ ବନିଥିବା ସିନେମା କଙ୍ଗଓ୍ବାର ପୂର୍ବରୁ କ୍ରେଜ୍ ରହିଥିଲେ ମଧ୍ୟ ସିନେମା ହଲରେ ପଡୁ ପଡୁ ଫସର ଫାଟିଥିଲା । ସିନେମାର ଭିଏଫଏକ୍ସ, କାହାଣୀ ସବୁକୁ ନାପସନ୍ଦ କରିଥିଲେ ଦର୍ଶକ । ସେହିପରି ଅକ୍ଷୟ କୁମାର ଏବଂ ଟାଇଗର ସ୍ରଫଙ୍କ ଅଭିନୀତ ୩୦୦ କୋଟି ବଜେଟର ସିନେମା ବଡ ମିଆଁ ଛୋଟେ ମିଆଁ ଭି ଦର୍ଶକଙ୍କୁ ନାରାଜ କରିଥିଲା । ଏଥିସହିତ ଚନ୍ଦୁ ଚାମ୍ପିୟନ, ମଇଦାନ, ଇଣ୍ଡିଆନ ୨, ଖେଲ୍ ଖେଲ୍ ମେଁ, ଜିଗରା, ଯୋଦ୍ଧା ଭଳି ବଡ ବଡ ବଜେଟର ସିନେମା ବକ୍ସ ଅଫିସରେ ଫେଲ୍ ମାରିଥିଲା । ତେବେ ଏହି ଧାରାର ଉପରକୁ ଯାଇ ସବୁଠୁ ବଡ ବଜେଟ୍ ସିନେମା ପ୍ରଭାସଙ୍କ ଅଭିନୀତ କଲକି ୨୮୯୮ ଏଡି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ୧୦୦୦ କୋଟିରୁ ଅଧିକ ରୋଜଗାର କରିଥିଲା ।

ରି-ରିଲିଜର ବର୍ଷ ୨୪

୨୦୨୪କୁ ରି-ରିଲିଜର ବର୍ଷ ମଧ୍ୟ କୁହାଯାଇପାରିବ। କାରଣ ରିଲିଜ୍ ହୋଇଥିବା ଛୋଟ ବଡ ହିଟ୍ ସିନେମାକୁ ପୁଣି ଥରେ ୨୪ରେ ରିଲିଜ୍ କରି ଭଲ ରୋଜଗାର କରିଛନ୍ତି ନିର୍ମାତା । ସେଥିମଧ୍ୟରୁ ୨୦୧୧ର ରଣବୀର କପୂରଙ୍କ ଅଭିନୀତ ରକଷ୍ଟାର ସିନେମା ୧୨ କୋଟି କମେଇ ପୂର୍ବ ଅପେକ୍ଷା ୪୩ ପ୍ରତିଶତ ଅଧିକ ରୋଜଗାର କରିଛି । ସେହିପରି ୨୦୧୮ ସିନେମା ଲେଲା ମଜନୁ, ୨୦୧୧ର ଜିନ୍ଦେଗି ନା ମିଲେଗି ଦୁବାରା, ୧୯୯୫ର ଡିଡିଏଲଜେ, ୟେ ଜଓ୍ବାନି ହେ ଦିଓ୍ବାନି, ଜବ୍ ଉଇ ମେଟ୍, କରନ୍ ଅର୍ଜୁନ୍, କଲ୍ ହୋ ନା ହୋ…ଭଳି ସିନେମା ପୁଣି ପରଦାରେ ଦର୍ଶକଙ୍କ ମନକୁ ଛୁଇଁଥିଲା । ଆଉ ଭଲ ରୋଜଗାର ମଧ୍ୟ କରିଛି ।

ବଲିଉଡକୁ ପଛରେ ପକାଇଲା ପୁଷ୍ପା ୨

ଚଳିତ ବର୍ଷ ବଲିଉଡର ଗତ ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି ସାଉଥ୍ ସୁପରଷ୍ଟାର ଅଲ୍ଲୁଙ୍କ ସିନେମା ପୁଷ୍ଠା ୨ । ଯାହା ହିନ୍ଦୀରେ ସର୍ବକାଳୀନ ରେକର୍ଡ କରିଛି । କେବଳ ହିନ୍ଦୀ ଭାଷାରେ ୭୦୦ କୋଟିରୁ ଅଧିକା ରୋଜଗାର କରି ବନିଯାଇଛି ସର୍ବାଧିକ ରୋଜଗାର କରିଥିବା ହିନ୍ଦୀ ସିନେମା । ଯାହା ପଠାନ୍, ଜବାନ୍, ସ୍ତ୍ରୀ ୨, ଦଙ୍ଗଲ ସବୁ କିଛିକୁ ପଛରେ ପକାଇଛି । କେବଳ ଭାରତରେ ୧୧୦୦ କୋଟି ରୋଜଗାର କରିଛି ପୁଷ୍ପା ୨ । ଏବେ ଖାଲି ଦଙ୍ଗଲ ଆଗରେ ଅଛି ଯାହା କିଛି ୨୦୦୦ କୋଟି ରୋଜଗାର କରିଛି । ଅନ୍ୟପଟେ ଏବେ ବି ପୁଷ୍ପାର କ୍ରେଜ୍ ରହିଥିବା ବେଳେ ବଡଦିନ ଏବଂ ନୂଆବର୍ଷ ପାଇଁ ଏହା ଆହୁରି ରୋଜଗାର କରିବା ନେଇ ଆଶା ରଖିଛନ୍ତି ନିର୍ମାତା । ଯଦି ଏପରି ହୁଏ ତାହାଲେ ପୂରା ଇଣ୍ଡିଆନ ଗ୍ରସ୍ ମାରଜିନରେ ଶ୍ରେଷ୍ଠ ସିନେମା ବନିବ ପୁଷ୍ପା ୨ ।

ବର୍ଷ ଶେଷରେ ନିରାଶ କଲା ବରୁଣଙ୍କ ବେବି ଜନ୍

୨୪କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ବର୍ଷ ଶେଷରେ ବଡଦିନରେ ରିଲିଜ୍ ହୋଇଛି ବରୁନ ଧାଓ୍ବନଙ୍କ ସିନେମା ବେବି ଜନ୍ । ଯାହା ଗତକାଲି ରିଲିଜ ହୋଇଥିବା ବେଳେ ପାଷ୍ଟ ଡେ ଫାଷ୍ଟ ଶୋରେ ୨୦ କୋଟିରୁ ଅଧିକ ରୋଜଗାର କରିଥିଲା । ଯାହା ବରୁନଙ୍କୁ ଗତ ୫ ବର୍ଷର ସମସ୍ତ ସିନେମାର ଓପନିଙ୍ଗରେ ସର୍ବକାଳୀନ ରେକର୍ଡ କରିଥିଲା । ହେଲେ ଦ୍ବିତୀୟ ଦିନରେ ନିରାଶା କରିଛି ବେବି ଜନ୍ । ଯାହା ଏତେଟା ଭଲ ପ୍ରଦର୍ଶନ କରିନଥିବା ଜଣାପଡିଛି । ତେବେ ସାଉଥ୍ ସୁପରଷ୍ଟାର ବିଜୟ ଥାଲାପତିଙ୍କ ସିନେମା ଥେରିର ଅଫିସିଆଲ ହିନ୍ଦୀ ରିମେକ୍ ହେଉଛି ବେବି ଜନ୍ । ଯେଉଁଥିରେ ବରୁଣ ଜଣେ ପୋଲିସ ଅଧିକାରୀ ହୋଇଥିବା ବେଳେ ତାଙ୍କ ଅତୀତ ଏବଂ ବର୍ତ୍ତମାନର ଏକ କାହାଣୀ ଉପରେ ଆଧାରିତ ଏହି ସିନେମା । ନିଜ ଝିଅକୁ ଏକ ସୁରକ୍ଷିତ ବାତାବରଣ ଦେବା ପାଇଁ ନିଜ ସମୟ ସହ କିପରି ବରୁନ ସାଲିସ୍ କରିଛନ୍ତି ତାକୁ ନେଇ ପୂରା କାହାଣୀ । ଏଥିରେ ବରୁନଙ୍କ ଛଡା କୀର୍ତ୍ତି ସୁରେଶ, ୱାମିକା ଗବ୍ବି, ଜ୍ୟାକି ଶ୍ରଫ୍ ଏବଂ ରାଜପାଲ ଯାଦବ ପ୍ରମୁଖ ଅଭିନୟ କରିଥିବା ବେଳେ ସଲମାନ ଖାନ ଏକ କ୍ୟାମିଓ ଭୂମିକାରେ ନଜର ଆସିଛନ୍ତି ।

Comments are closed.