Latest Odisha News

BREAKING NEWS

ମଝି ଆକାଶରେ ନିୟନ୍ତ୍ରଣ ହରାଇଲା ହେଲିକପ୍ଟର: ଅଳ୍ପକେ ବର୍ତ୍ତିଗଲେ ୟେଦୁରପ୍ପା

କଲବୁର୍ଗୀ: ବିଜେପିର ବରିଷ୍ଠ ନେତା ୟେଦୁରପ୍ପା ଆଜି ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହେଲିକପ୍ଟ ଲାଣ୍ଡିଂ ଅବ୍ୟବସ୍ଥା ଯୋଗୁ ଏପରି ଘଟଣା ଘଟିଥିଲା  । କଲବୁର୍ଗୀର ଜେବରଗୀରେ ୟେଦୁରପ୍ପାଙ୍କ ହେଲିକପ୍ଟର ଲାଣ୍ଡିଂର ବ୍ୟବସ୍ଥା କରାଯାଇଥିଲା । ଲାଣ୍ଡିଂ ସ୍ଥାନରେ ଏକ ଫାର୍ମ ହାଉସ ଥିଲା । ଲାଣ୍ଡି ପୂର୍ବରୁ ହେଲି କପ୍ଟରର ପଂଖା ସଂସ୍ପର୍ଶରେ ଆସି ସେଠାରେ ଥିବା କପଡା ଏବଂ ପ୍ଲାଷ୍ଟିକ ବ୍ୟାଗ ଉଡିବାକୁ ଲାଗିଲା । ଏହାକୁ ଦେଖିବା ପରେ ହେଲିକପ୍ଟରକୁ ସେଠାରେ ଲାଣ୍ଡି କରାଯାଇ ନ ଥିଲା ।

ପୁଣି ଉଡାଣ ଭରି ଉପରକୁ ଉଠି ଯାଇଥିଲା । ଏହି ସ୍ଥାନ ସଫା କରିବା ପରେ ହେଲିକପ୍ଟର ଲାଣ୍ଡିଂ କରିଥିଲା । ତେବେ ଲାଣ୍ଡିଂର କିଛି ସମୟ ପୂର୍ବରୁ ହେଲିକପ୍ଟର ଆକାଶରେ ନିୟନ୍ତ୍ରଣ ହରାଇଥିଲା । ମଝି ଆକାଶରେ ଥରି ଉଠିଥିବା ନଜର ଆସିଥିଲା । ଏହାକୁ ଦେଖିବା ପରେ ଏମିତି ଲାଗିଥିଲା, ଯେମିତି ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇପାରେ ।

କୁହାଯାଉଛି, କର୍ଣ୍ଣାଟକରେ ହେବାକୁ ଥିବା ଏକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୟେଦୁରପ୍ପା ବିଜୟ ସଂକଳ୍ପ ଯାତ୍ରାରେ ସାମିଲ ହେବାପାଇଁ ଯାଉଥିଲେ । ଏହି ସମୟରେ ଏପରି ଅଘଟଣ ଘଟିଥିଲା । ତେବେ ଖୁସିର କଥା, ଏହି ଅଘଟଣରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ବିଜେପି ନେତା ୟେଦୁରପ୍ପା ସୁରକ୍ଷିତ ଥିବା ଜଣାଯାଇଛି ।

 

Leave A Reply

Your email address will not be published.