Latest Odisha News

BREAKING NEWS

ମାର୍ଚ୍ଚ ୨୬ରେ ଭଦ୍ରକ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ଓଡ଼ିଶା  ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।  ଆସନ୍ତା ୨୬ ତାରିଖରେ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ ଯୋଗ ଦେବେ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ ।

ଶ୍ରୀ ହରିଚନ୍ଦନ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ, କେନ୍ଦ୍ରମନ୍ତ୍ରୀ ଶାହ ଭଦ୍ରକ ଗସ୍ତ ଅବସରରେ  ବିଜେପିର ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ।  ଭଦ୍ରକର କେତେକ ଐତିହାସିକ ସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛ। ।

ଆଗାମୀ  ସାଧାରଣ  ନିର୍ବାଚନକୁ ଦୃଷ୍ଟିରେ ରଖି ବେଶ ସକ୍ରିୟ ହୋଇ ପଡିଛନ୍ତି ରାଜନୈତିକ ଦଳ । ବିଶେଷ କରି ବିଜେଡି-ବିଜେପି  ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଏପରି ସ୍ଥିତିରେ ଅମିଶ ଶାହଙ୍କ ଭଦ୍ରକ ଗସ୍ତ ବେଶ ଗୁରୁତ୍ୱ ରଖେ ।

ଆଗାମୀ ନିର୍ବାଚନରେ ଉପକୂଳକୁ ଟାର୍ଗେଟ ରଖିଛି ବିଜେପି ।ସେଥିପାଇଁ ଅମିତ ଶାହ ଭଦ୍ରକ ଗସ୍ତରେ ଆସୁଛନ୍ତି । ଅମିତ ଶାହଙ୍କର ଢେଙ୍କାନାଳ ଓ  ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରବାସ କାର୍ଯ୍ୟକ୍ରମ ରହିଛି। ତେବେ ଶାହ ଆଗେ ଭଦ୍ରକ ଯିବେ ବୋଲି ଜଣାପଡ଼ିଛି ।

ସୂଚନାଥାଉ କି, ଏହାପୂର୍ବରୁ  ଅର୍ଥାତ ଗତବର୍ଷ ଅଗଷ୍ଟ ୮ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶେଷ ଥର ଲାଗି ଓଡ଼ିଶା ଆସିଥିଲେ।

Leave A Reply

Your email address will not be published.