ୱାଶିଂଟନ୍: ୭୪ ବର୍ଷିୟ ଜେନେଟ ୟେଲେନ ଆମେରିକାର ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବେ। ଆମେରିକାର ସିନେଟ ତାଙ୍କ ନାମରେ ମୁଦ୍ରା ଲଗାଇଛି। ଆମେରିକାର ୨୩୧ ବର୍ଷର ଇତିହାସରେ ଏହା ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀଙ୍କ ଦାୟିତ୍ବ ଜଣେ ମହିଳାଙ୍କ ଉପରେ ନ୍ୟସ୍ତ ହୋଇଛି। ତେବେ ୟେଲେନ କେବେ ଶପଥ ଗ୍ରହଣ କରିବେ ସେନେଇ ହ୍ବାଇଟ୍ ହାଉସ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ। ରାଷ୍ଟ୍ରପତି ଜୋ ବାଇଡେନ ଜେନେଟ ୟେଲେନଙ୍କୁ ଅର୍ଥମନ୍ତ୍ରୀ ଏବଂ ଭାରତୀୟ-ଆମେରିକୀୟ ନୀରା ଟଣ୍ଡନଙ୍କୁ ହ୍ବାଇଟ୍ ହାଉସର ସର୍ବୋଚ୍ଚ ପଦବୀ ‘ପରିଚାଳନା ଏବଂ ବଜେଟ କାର୍ଯ୍ୟାଳୟ’ ଭାବରେ ମନୋନୀତ କରିଛନ୍ତି। ସୋମବାର ସିନେଟ୍ ଏହା ନିଶ୍ଚିତ କରିଛି। ଆସନ୍ତୁ ଜାଣିବା ଜାନେଟ୍ ୟେଲେନ କିଏ ? ରାଷ୍ଟ୍ରପତି ବାଇଡେନ ଜେନେଟଙ୍କୁ ଦେଶର ଅର୍ଥମନ୍ତ୍ରୀ କାହିଁକି କଲେ?
ଗଣତାନ୍ତ୍ରିକ ସିନେଟର ଡିଆନ ଫେନଷ୍ଟାଇନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମେରିକାର ଇତିହାସରେ ଅର୍ଥ ମନ୍ତ୍ରଣାଳୟ ପୁରୁଷମାନଙ୍କ ଦ୍ୱାରା ପ୍ରାଧାନ୍ୟ ବିସ୍ତାର କରିଛି। ସେ କହିଛନ୍ତି ଯେ ୨୦୧୪ ରେ ଫେଡେରାଲ ରିଜର୍ଭ ସଭାପତି ଭାବରେ ୭୪ ବର୍ଷିୟ ୟେଲେନ ହେଉଛନ୍ତି ପ୍ରଥମ ମହିଳା। ରିପବ୍ଲିକାନ୍ ସିନେଟର ଚକ୍ ଗ୍ରାସ୍ଲେ ଟ୍ୱିଟରରେ ଲେଖିଛନ୍ତି ଯେ ମୁଁ ଆଶା କରୁଛି ଯେ ଆମେରିକାର ଦ୍ୱିପାକ୍ଷିକ ବ୍ୟବସ୍ଥାକୁ ସମ୍ମାନ ଦେଇ ଆମେ ସମସ୍ତେ ଟିକସ ଏବଂ ଆର୍ଥିକ ନୀତିରେ ଏକାଠି କାମ କରିପାରିବା। ତାଙ୍କ ସହ ଏକାଠି କାମ କରିବାକୁ ଅନେକ ରିପବ୍ଲିକାନ୍ ପ୍ରତିଶୃତି ଦେଇଛନ୍ତି। ଜର୍ମାନ ଅର୍ଥମନ୍ତ୍ରୀ ଓଲାଫ ସ୍କୋଲଜେ ୟେଲେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଡିଜିଟାଲ ଟିକସ ଉପରେ ଏକ ଆନ୍ତର୍ଜାତୀୟ ଚୁକ୍ତିରେ ପହଞ୍ଚିବାରେ ସେ ଅଗ୍ରଗତିର ନେତୃତ୍ୱ ନେଇପାରିବେ ବୋଲି ସ୍କୋଲଜ ଆଶା କରିଥିଲେ।
Comments are closed.