Latest Odisha News

BREAKING NEWS

ପଲ୍ଲୀରୁ ଦିଲ୍ଲୀ ସବୁଠି ଦେଶ ପ୍ରେମର ମାହୋଲ, ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପଲ୍ଲୀରୁ ଦିଲ୍ଲୀ, ଗାଁରୁ ସହର । ସବୁଠି ଦେଶ ପ୍ରେମର ମାହୋଲ । ଆଜି ଭାରତବ୍ୟାପୀ ପାଳିତ ହେଉଛି ୭୨ତମ ସାଧାରଣତନ୍ତ୍ର ଦିବସ । ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଅତିଥିବୃନ୍ଦ ଉପସ୍ଥିତ ଥିଲେ ।

The Tricolour unfurled at Rajpath 1

ତେବେ, ଚଳିତବର୍ଷ ରାଜପଥରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ କେହି ମୁଖ୍ୟ ଅତିଥି ହୋଇନାହାଁନ୍ତି । ପ୍ରତିବର୍ଷ ଅନ୍ୟ କୌଣସି ଦେଶର ରାଷ୍ଟ୍ରମୁଖ୍ୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥାନ୍ତି । କରୋନା କାରଣରୁ ଏବର୍ଷ କେହି ବିଦେଶୀ ଅତିଥି ଯୋଗ ଦେଇନାହାଁନ୍ତି ।

ରାଜପଥରେ ଜାତୀୟ ପତାକା ଉତ୍ତୋଳନ ପରେ ପରେଡ୍ ଆରମ୍ଭ ହୋଇଛି । ପ୍ରଥମେ ହେଲିକପ୍ଟରରେ ଆକାଶ ମାର୍ଗରୁ ଫୁଲ ବର୍ଷା କରାଯାଇଥିଲା । ଚଳିତଥର ପ୍ରଥମ ଥର ପାଇଁ ରାଜପଥ ପରେଡରେ ବାଂଲାଦେଶ ସୈନ୍ୟ ସାମିଲ୍ ହୋଇଥିଲେ । ବାଂଲାଦେଶ ସଶସ୍ତ୍ର ସେନାର ୧୨୨ ସୈନିକ ପରେଡରେ ଭାଗ ନେଇଥିଲେ । ରାଜପଥରେ ଯୁଦ୍ଧ ଟ୍ୟାଙ୍କ ଟି-୯୦ (ଭୀଷ୍ମ) ପରାକ୍ରମ ପ୍ରଦର୍ଶନ କରିଥିଲା ।

Leave A Reply

Your email address will not be published.