Latest Odisha News

ଓମିକ୍ରନ୍‌ ଭୟ; ରାଜଧାନୀରେ ୟେଲୋ ଆଲର୍ଟ? ଆଜି ଉଚ୍ଚସ୍ତରୀୟ ବୈଠକ କରିବେ କେଜ୍ରିୱାଲ

ନୂଆଦିଲ୍ଲୀ: ରାଜଧାନୀରେ ଓମିକ୍ରନ୍‌ ମାମଲାରେ ବୃଦ୍ଧି ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିବେ। ମଧ୍ୟାହ୍ନରେ ଦିଲ୍ଲୀ ସଚିବାଳୟରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ବୈଠକର ମୂଳ ବିଷୟବସ୍ତୁ ହୋଇପାରେ।

ଛଅ ମାସ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିଲ୍ଲୀରେ ସର୍ବାଧିକ ରହିଥିବା ବେଳେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ଅଧୀନରେ ପ୍ରତିବନ୍ଧକ ସହିତ ୟେ‌‌‌‌ଲୋ ଆଲର୍ଟ ଜାରି ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି।

ରାଜଧାନୀ ଦିଲ୍ଲୀରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ କୋଭିଡ୍‌ ପଜିଟିଭିଟି ହାର ୦.୫% ରହିଛି। GRAP ଅନୁଯାୟୀ ଏଭଳି ପରିସ୍ଥିତିରେ ୟେଲୋ ଆଲର୍ଟ ଲାଗୁ ହେବାର ସମ୍ଭାବନା ରହିଛି।

ରାଜଧାନୀରେ ସୋମବାର ଦିନ ୩୩୧ଟି ତାଜା କରୋନା ମାମଲା ରିପୋର୍ଟ ହୋଇଛି।

Comments are closed.