Latest Odisha News

ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେଲା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ଆଜି ଲଘୁଚାପର ରୂପ ନେବ ଉତ୍ତରଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ କିଛି ଅଞ୍ଚଳରେ ବର୍ଷା ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବ । ଟ୍ରପ ଲାଇନ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ପାଗ କୋହଲିଆ ରହିବ । ସେପଟେ ଆଜିଠାରୁ ଦକ୍ଷୀଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାରେ କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ।

ଗଞ୍ଜାମ,ଗଜପତି,ରାୟଗଡା,ମାଲକାନଗାରି,କନ୍ଧମାଳ,ନବରଙ୍ଗପୁର,ପୁରୀ,ଖୋର୍ଧା,ଜଗତସିଂହପୁର,କେନ୍ଦ୍ରାପଡା,କଟକ କୋରାପୁଟ,ଏବଂ ଯାଜପୁରରେ ମଧ୍ୟମ ଧରଣର ସମ୍ଭାବନା ରହିଛି । ଅନ୍ୟପଟେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି ,ରାୟଗଡା ମାଲକାନଗିରି ,କୋରାପୁଟ ଆଦି ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ପାଣି ପାଗ ବିଭାଗ ।ଆଜି ଭୁବନେଶ୍ୱର ଓ କଟକ ଓ ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.