ଭୁବନେଶ୍ବର:ହଳଦିଆ ଦାନ୍ତ କାରଣରୁ ଅନେକ ଲୋକ କାହା ଆଗରେ ମୁହଁ ଖୋଲି ହସି ପାରନ୍ତିନାହିଁ । ହସିବା ସମୟରେ ମୁହଁରେ ହାତ ରଖିଦିଅନ୍ତି। ଦାନ୍ତ ହଳଦିଆ ପଡିବା ପଛରେ ଅନେକ କାରଣ ହୋଇଥାଏ । ତେବେ ଏପରି କିଛି ଘରୋଇ ଉପଚାର ରହିଛି ଆପଣଙ୍କର ଦାନ୍ତକୁ ଧଳା ହୋଇଯିବ ।
ନଡିଆ ତେଲକୁ ବ୍ଯବହାର କରି ଦାନ୍ତକୁ ହଳଦିଆ ହେବାରୁ ମୁକ୍ତି ପାଇପାରିବେ। ଗୋଟିଏ ଚାମଚ ନଡିଆ ତେଲ ନେଇ ଆପଣଙ୍କ ଦାନ୍ତରେ ଲଗାନ୍ତୁ। ନଚେଟ୍ ଆପଣ ଏକ ବ୍ରଶରେ କିଛି ବୁନ୍ଦା ନଡିଆ ତେଲ ପକାନ୍ତୁ ଓ କିଛି ସମୟ ପର୍ଯ୍ଯନ୍ତ ସେଥିରେ ଦାନ୍ତକୁ ବ୍ରଶ କରି କୁଳି କରି ଦିଅନ୍ତୁ।
ଦାନ୍ତକୁ ସଫା କରିବାର ସବୁଠାରୁ ସହଜ ଉପାୟ ବେକିଙ୍ଗ୍ ସୋଡା । ଏହା ଦାନ୍ତରୁ ମଇଳା ବାହାର କରି ଦାନ୍ତକୁ ପୁର୍ବ ଭଳି ଧଳା କରାଇଦିଏ। ଆପଣ ବେକିଙ୍ଗ୍ ସୋଡାକୁ ପାଣିରେ ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହି ଘୋଳକୁ ସପ୍ତାହରେ ଦୁଇ ଦିନ ଦାନ୍ତରେ ଘଷନ୍ତୁ । ୧୫ ଦିନ ପରେ ପୁଣି ଥରେ ଏପରି ବ୍ୟବହାର କରନ୍ତୁ ।
ଆପଣ ବେକିଙ୍ଗ୍ ସୋଡାକୁ ଭିନେଗାର କିମ୍ବା ଲେମ୍ବୁ ସହିତ ମିଶାଇ କୁଳି ମଧ୍ୟ କରିପାରିବେ।
ସେହିପରି ଲେମ୍ବୁର ରସକୁ ଲୁଣରେ ମିଶାଇ ଦାନ୍ତରେ ଲଗାଇ କିଛି ସମୟ ପରେ କୁଳି କରିଦିଅନ୍ତୁ। ଏହାକୁ ଲଗାତାର ଦୁଇ ସପ୍ତାହ ବାରମ୍ବାର ବ୍ଯବହାର କରିବା ଦ୍ବାରା ଦାନ୍ତ ସଫା ହୋଇଥାଏ।
Comments are closed.