Latest Odisha News

BREAKING NEWS

୨୪ ଘଣ୍ଟା ଯାଏଁ ଓଡ଼ିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ଯାଏଁ  ଓଡିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା ଏବଂ  ନବରଙ୍ଗପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି |

ସର୍ବନିମ୍ନ ତାପମାତ୍ରା (ରାତ୍ରି ତାପମାତ୍ରାରେ) ରେ ଆଗାମୀ ୨ ରୁ ୩ ଦିନ ଯାଏଁ  କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ, ଏହି ତାପମାତ୍ରା ଆଗାମୀ ୨ରୁ ୩ ଦିନ ଯାଏଁ ଓଡ଼ିଶାର ଜିଲ୍ଲାଗୁଡିକ ଅନେକ ଅଞ୍ଚଳରେ ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୫ ଡିଗ୍ରୀ ସେଲସିଅସ ଯାଏଁ କମ ରହିବାର ସମ୍ଭାବନା ଥିବାବେଳେ, ପରବର୍ତ୍ତୀ ସମୟରେ ଏହା ଓଡ଼ିଶାର ଜିଲ୍ଲାଗୁଡିକରେ ୨ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି |

 

Leave A Reply

Your email address will not be published.