Latest Odisha News

BREAKING NEWS

ଆହୁରି ୫ ଦିନ କଲବଲ କରିବ କୁହୁଡି: ୨୨ ଯାଏଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏ ଆହୁରି କଲବଲ କରିବ କୁହୁଡି । କୁହୁଡି କବଳରୁ ମିଳିବନି ନିସ୍ତାର । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଚଂଳରେ ଘନ କୁହୁଡି ଲାଗି ରହିବ । ବିଶେଷ କରି ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ, କନ୍ଧମାଳ, ସୋନପୁର ଓ କୋରାପୁଟରେ ଘନ କୁହୁଡି ସୃଷ୍ଟି ହେବା ସମ୍ଭାବନା ରହିଛି ।

ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଚଂଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି କେନ୍ଦ୍ରାପଡା, ପୁରୀ, ଗଂଜାମ, କନ୍ଧମାଳ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ଘନ କୁହୁଡି ହେବ । ୧୯ ଓ ୨୦ରେ କୁହୁଡି ସାମାନ୍ୟ କମିବ କିନ୍ତୁ ୨୧ ଓ ୨୨ରେ ପୁଣି ଘନ କୁହୁଡି ହେବା ସହ ଅଧିକାଂଶ ସ୍ଥାନରେ ଭଲଭାବେ ଦୃଶ୍ୟମାନ ହେବ ନାହିଁ ।

Comments are closed.