ଭୁବନେଶ୍ୱର: ଆଜିଠୁ ତିନିଦିନ କାଳବୈଶାଖୀ । ଆଜି ବିଜୁଳି, ଘଡ଼ଘଡ଼ି ବର୍ଷା ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ସୁଦୃଶ ଲଘୁଚାପରେ ପରିଣତ ହେଲା ଲଘୁଚାପ। ଫଳରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା। ବିଶେଷକରି ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାାରେ।
ସେହିପରି ୧୦ ତାରିଖ ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ଗତକାଲି ସୁନ୍ଦରଗଡ ଜିଲ୍ଲା ଟେନସା ଅଂଚଳରେ କୁଆପଥର ମାଡ଼ ସହ ପ୍ରାୟ ଏକ ଘଣ୍ଟା ବର୍ଷା ହୋଇଛି । ଏଥିପାଇଁ ଗରମରୁ କିଛି ମାତ୍ରାରେ ତ୍ରାହି ମିଳିଛି । ଏପଟେ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ରିକର୍ଭ କରି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ।
ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଧୀରେ ଧୀରେ ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରାଯାଇଛି । ସୁଦୃଶ ଲଘୁଚାପର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବନାହିଁ। କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପାଗରେ ପରିବର୍ତ୍ତନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୩ ଦିନ ମଧ୍ୟରେ ଆହୁରି ୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି ।
Comments are closed.