Latest Odisha News

BREAKING NEWS

Low pressure rainfall : ସାରା ରାଜ୍ୟରେ ବର୍ଷା ସମ୍ଭାବନା; ଆଜି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର:ଲଘୁଚାପ ପ୍ରଭାବ(Low pressure)ରେ ଆସନ୍ତା ୭ ତାରିଖ ଯାଏଁ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ସୂଚନାଥାଉକି ଆଜି ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବାବେଳେ, ପ୍ରବଳ ବର୍ଷା ପାଇଁ ରାଜ୍ୟରେ ୩ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ (Yellow warning) ଦିଆଯାଇଛି । ଏହାସହ ୩୦ ରୁ ୪୦ କିଲୋମିଟର୍ ପ୍ରତି ଘଣ୍ଟା ବେଗରେ ପବନ ବୋହିବା ସହ ବିଜୁଳି ଘଡଘଡି ର ପ୍ରଭାବ ଦେଖିବାକୁ ମିଳିବ ।

ସେହିପରି ଆମୀଗା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ୍ ମଧ୍ୟ ହେବାର ଆକଳନ କରାଯାଇଛି ।

ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରିଛି ପାଣିପାଗ କେନ୍ଦ୍ର ।

Comments are closed.