ପୁରୀ: ପୁଣି ଅସୁରକ୍ଷିତ ହୋଇ ପଡିଛି ଶ୍ରୀମନ୍ଦିର । ଆଜି ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡ ତ୍ରୁଟି ପରିଲିକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । କେହି ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରକୁ ଜୋତା ପିନ୍ଧି ପ୍ରବେଶ କରିଥିବା ଦେଖିବାକୁ ମିଳିଛି । କାର୍ଯ୍ୟରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜୋତା ପିନ୍ଧି ମନ୍ଦିରକୁ ଯାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
ଖବର ଅନୁସାରେ, ଆଜି ସକାଳୁ ଜଣେ ପ୍ରତିହାରୀ ସେବକ ଶ୍ରୀମନ୍ଦିର ଭିତରୁ ହାତରେ ଜୋତା ଧରି ବାହାରକୁ ଆସିଥିଲେ । ଭୋଗ ମଣ୍ଡପ ଦ୍ବାର ନିକଟରେ ଏହି ଯୋତାକୁ ସେ ରଖାଯାଇଥିବା ଦେଖିବାକୁ ପାଇଥିଲେ । ଜୋତା ରହିଥିବା ଦେଖିବା ମାତ୍ରେ ଜୋତାକୁ ହାତରେ ଧରି ବାହାରକୁ ଆଣିଥିଲେ । ତେବେ ସିସିଟିଭି ଫୁଟେଜ ଦେଖି କିଏ ସେ ବ୍ୟକ୍ତି ଜୋତା ପିନ୍ଧି ମନ୍ଦିର ମଧ୍ୟକୁ ଯାଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି ।
ତେବେ ଏତେ ସୁରକ୍ଷା ଭିତରେ କିପରି ଏଭଳି ଏକ ବଡ ତୃଟି ହେଲା ସେନେଇ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।