Latest Odisha News

BREAKING NEWS

ବାପା ହେବେ ଓୟୋର ପ୍ରତିଷ୍ଠାତା, ଖୁସି ଖବର ଦେଇ ଏଭଳି କିଛି ପୋଷ୍ଟ ସେୟାର କଲେ

ନୂଆଦିଲ୍ଲୀ: ବାପା ହେବାକୁ ଯାଉଛନ୍ତି ଅନଲାଇନ ହୋଟେଲ ବୁକିଂ ପ୍ଲାଟଫର୍ମ ଓୟୋର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ । ସେ ତାଙ୍କ ଏକ୍ସ(ଟୁଇଟର) ହ୍ୟାଣ୍ଡେଲରେ ଏହି ଖୁସି ଖବର ସେୟାର କରିଛନ୍ତି । ରିତେଶ ତାଙ୍କ ପତ୍ନୀ ଗୀତାଶା ସୁଦଙ୍କ ସହ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସ୍ତ୍ରୀ ଗର୍ଭବତୀ ଥିବା ନଜର ଆସିଛିି ।

ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ମୁଁ ଏବଂ ଗୀତାଶା ୧୧ବର୍ଷ ପୂର୍ବେ ଭେଟାଭେଟି ହୋଇଥିଲୁ । ସେହି ସମୟରେ ମୁଁ ଜଣେ ବାଳକ ଥିଲି । ଆଉ ନିଜର ଏକ କମ୍ପାନୀ କରିବା ସ୍ୱପ୍ନ ପଛରେ ଗୋଡାଉଥିଲି । ମୋ ସ୍ତ୍ରୀ ଗୀତାଶା ମୋର ପ୍ରତ୍ୟେକ ଅସୁବିଧା-ସୁବିଧା ସମୟରେ ଛିଡ଼ା ହୋଇଛନ୍ତି । ମୋତେ ସମର୍ଥନ କରିଛନ୍ତି । ଚଳିତ ବର୍ଷ ଆମର ବିବାହ ହେବା ପରେ ମୋର ଜୀବନରେ ଅନେକ ଭଲ ଏବଂ ଖରାପ ଘଟଣା ଘଟିଛି । ଆମେ ପିଲାଠାରୁ ଯୁବକ ଏବଂ ସ୍ୱାମୀ-ସ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରା ଶେଷ କରିସାରିଛୁ । ଏବେ ଆମେ ଦୁହେଁ ବାପାମାଆ ହେବାକୁ ଯାଉଛୁ । ଏଥିପାଇଁ ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଶୀବାଦ ନିହାତି ଆବଶ୍ୟକ ।’’

ପ୍ରସିଦ୍ଧ ଟିଭି ସୋ’ ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ୍ ୩ରେ ରିତେଶ ଅଗ୍ରୱାଲଙ୍କୁ ଜଣେ ବିଚାରପତି ଭାବରେ ଦେଖିବାକୁ ମିଳିବ । ଏହି ସୋ’ ୨୦୨୪ ଟେଲିଭିଜନରେ ପ୍ରସାରିତ ହେବ ।

Leave A Reply

Your email address will not be published.