Latest Odisha News

BREAKING NEWS

ରାମମନ୍ଦିର ଭୂମି ପୂଜନରେ ମୋଦିଙ୍କୁ କ’ଣ ଦକ୍ଷିଣା ମାଗିଲେ ପୁରୋହିତ, ଜାଣନ୍ତୁ

ଅଯୋଧ୍ୟା: ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ହୋଇଛି ଶିଳାନ୍ୟାସ । ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ, ଦିବ୍ୟ ରାମମନ୍ଦିରର ନିର୍ମାଣର ଭୂମିପୁଜା ଓ ଶିଳାନ୍ୟାସ କରାଯାଇଛି । ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୁଜା କରିଛନ୍ତି । ରୀତିନୀତି ଅନୁସାରେ ଭୂମି ପୂଜା ଶେଷ ହେବା ପରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ୯ଟି ଶିଳାର ଅନୁଷ୍ଠାନ କରାଯିବା ସହ ପ୍ରଭୁ ଶ୍ରୀରାମଙ୍କ କୂଳଦେବୀ କାଳୀ ମାତାଙ୍କର ବି ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ୧୯୮୯ରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ମାନେ ପଠାଇଥିବା ୯ଟି ଇଟା ବା ପଥର ଖଣ୍ଡ ଯେଉଁଥିରେ ଶ୍ରୀରାମ ଲେଖାଅଛି ତାହା ସ୍ଥାପନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୂଳଦୁଆ ପକାଇବା ପରେ ପୂଜା ସଙ୍କଳ୍ପ ସମୟରେ ପୁରୋହିତ ତାଙ୍କୁ ଦକ୍ଷିଣା ପାଇଁ କହିଥିଲେ। ପୁରୋହିତ କହିଥିଲେ ଯେ, କୌଣସି ବି ଯଜ୍ଞରେ ଦକ୍ଷିଣା ମହତ୍ତ୍ଵପୂର୍ଣ୍ଣ। ଦକ୍ଷିଣା ତ ଆଜି ଏତେ ଦେଇଛନ୍ତି ଯେ, ଏଥିରେ ଅରବ ଆଶୀର୍ବାଦ ପ୍ରାପ୍ତ ହେଉଛି। କିଛି ସମସ୍ୟା ଅଛି, ତାହାକୁ ସମାଧାନ କରିବାକୁ ସଙ୍କଳ୍ପ ନେଇଛନ୍ତି, ଅଗଷ୍ଟ 5 ପରଠାରୁ ଆଉ କିଛି ସମସ୍ୟା ସମାଧାନ କରିବାକୁ ସଙ୍କଳ୍ପ ନେଲେ ଭଗବାନଙ୍କ କୃପା ହେବ।

ଏହି କାର୍ଯ୍ୟକ୍ରମରେ ମୋଦି ଯଜମାନ ଥିଲେ। ତାଙ୍କ ସହ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ଶ୍ରୀରାମ ଜନ୍ମ ଭୂୂମି ଟ୍ରଷ୍ଟ ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ୧୭୫ଅତିଥିଙ୍କ ସହ ୧୩୫ଜଣ ଧାର୍ମିକ ଗୁରୁଙ୍କୁ ଏହି ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା ।

Leave A Reply

Your email address will not be published.