Latest Odisha News

ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଏବେ ଖୋଲିବନି ନନ୍ଦନକାନନ । ଗୋଟିଏ ପଟେ କରୋନା ସଂକ୍ରମଣ ଭୟ ଓ ଅନ୍ୟ ପକ୍ଷରେ ବର୍ଷା ଦିନ ଥିବାରୁ ବର୍ତ୍ତମାନ ନନ୍ଦନକାନନ ଖୋଲିବା ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଲେ ଏହା ଅକ୍ଟୋବରରେ ଖୋଲିବା ନେଇ ନିଷ୍ପତ୍ତି ହେବ ।

କରୋନା ସଂକ୍ରମଣ ଭୟରେ ସାରା ଦେଶରେ ଲକଡାଉନ ଘୋଷଣା ହୋଇଥିବା କାରଣରୁ ଗତ ମାର୍ଚ୍ଚ ମାସରୁ ନନ୍ଦନକାନନ ବନ୍ଦ ରହିଛି ।

Leave A Reply

Your email address will not be published.