Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ଇନଷ୍ଟାଗ୍ରାମରେ ଭାଇରାଲ୍ ହେଉଛି ବିଦେଶୀ ତରୁଣୀଙ୍କ ଏହି କଷ୍ଟସାଧ୍ୟ ଯୋଗାସନ !

ନୂଆଦିଲ୍ଲୀ: ମହାନ ଭାରତୀୟ ସଂସ୍କୃତି ଓ ହିନ୍ଦୁ ପରମ୍ପରାରେ ଯୋଗକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି ।  ଯୋଗମୁଦ୍ରା ଓ ଆସନକୁ ନେଇ ସମଗ୍ର ବିଶ୍ୱରେ ଏବେ ଗବେଷଣା ଚାଲିଥିବା ବେଳେ ସୋସିଆଲ୍ ମିଡ଼ିଆରେ ଜଣେ ବିଦେଶୀ ତରୁଣୀଙ୍କ କଷ୍ଟସାଧ୍ୟ ଯୋଗାସନ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଯୋଗ ଆଜି କେବଳ ଭାରତରେ ସୀମିତ ହୋଇ ରହିନାହିଁ ବରଂ ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଯୋଗ ଦୈନନ୍ଦିନ ଜୀବନ ଯାପନ ପ୍ରଣାଳୀରେ ପରିଣତ ହୋଇଯାଇଛି । ଏହି ମହାନ ପଦ୍ଧତିରେ ଥିବା ଯୋଗାସନ, ପ୍ରାଣାୟାମ, ଧ୍ୟାନକୁ ନେଇ ବିଶ୍ୱର ଅଧିକାଂଶ ବିକଶିତ ଦେଶରେ ଗୁରୁତ୍ୱ ପ୍ରଦାନ କରାଯିବାରେ ଲାଗିଛି ।

ଯୋଗମୁଦ୍ରାରେ ଥିବା ଏହି ବିଦେଶୀ ତରୁଣୀ ଜଣକ ଅତ୍ୟନ୍ତ କଷ୍ଟକର ଆସନକୁ କିଛି ମିନିଟ ମଧ୍ୟରେ ଶେଷ କରୁଛନ୍ତି ।

ଭାଇରାଲ୍ ହୋଇଥିବା ଏହି ଭିଡ଼ିଓଟିରେ ତରୁଣୀ ଜଣକ ନିଜ ଶରୀରର ପାଦ ଓ ମସ୍ତକକୁ ସମାନ ସ୍ଥିତିରେ ରଖି ପାରୁଛନ୍ତି । ଏହି କଷ୍ଟକର ଆସନରେ ପେଟ ସହିତ ଶ୍ୱାସ ପ୍ରକ୍ରିୟାକୁ ନ୍ରିୟନ୍ତ୍ରିତ କରି ତରୁଣୀ ଜଣକ ଅଧିକ ସମୟ ପର୍ଯ୍ୟନ୍ତ କିପରି ମୁଦ୍ରାରେ ନିଜ ଶରୀରକୁ ରଖିପାରୁଛନ୍ତି ଏହି ସ୍ୱଳ୍ପ ସମୟରେ ଭିଡ଼ିଓଟିରେ ରହିଛି ।

ଏହି ଭିଡ଼ିଓଟି ଏବେ ଇନଷ୍ଟାଗ୍ରାମରେ ଭାଇରାଲ୍ ହେବାପରେ ଏବେ ଅନ୍ୟସମସ୍ତ ସୋସିଆଲ୍ ମିଡ଼ିଆରେ ଆଦୃତି ଲାଭ କରିପାରିବା ସହିତ ଭାରତୀୟ ଯୋଗକୁ ବିଭିନ୍ନ ଦେଶଗୁଡ଼ିକରେ ଭ୍ୟୁୟର୍ସ ପ୍ରଶଂସା କରିବାରେ ଲାଗିଛନ୍ତି ।

Leave A Reply

Your email address will not be published.