Latest Odisha News

BREAKING NEWS

ଥମୁନି କରୋନା: ଚୀନରେ ୧୧୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ମାରାତ୍ମକ କରୋନା ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏହି ମାରାତ୍ମକ ଭାଇରସ ଚୀନରେ ନେଲାଣି ୧୧ ୧୬ ମୁଣ୍ଡ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦୯୭ ଜଣ ବ୍ୟକ୍ତି ନୂଆ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି ।

ଚୀନର ରାଷ୍ଟ୍ରପତି ଦେଇଥିବା ସୁଚନା ଅନୁସାରେ, ଏହି ମାରାତ୍ମକ ଭାଇରସର ମୁକବିଲ ପାଇଁ ୨୦, ୦୦୦ ଡାକ୍ତରୀ ଦଳ ଚେଷ୍ଟା ଜାରି ରଖିଛନ୍ତି ।

ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।

ହୁବେଇ ସହର କରୋନାଭାଇରସର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି ।

Leave A Reply

Your email address will not be published.