Latest Odisha News

ଶବାସନ କଲେ ମଳେ ଏହି ସବୁ ଲାଭ..

ଭୁବନେଶ୍ବର:ଶବାସନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଶବାସନ କଲେ ଆପଣ ଶରୀରର ସମସ୍ତ କ୍ଳାନ୍ତି ଦୂର ହୋଇଥାଏ ।

ବିଧି

ପ୍ରଥମେ ଯୋଗ ମ୍ୟାଟ ବିଛେଇ ବସିଯାଆନ୍ତୁ । ଏହାପରେ ପିଠି ମାଡ଼ି ଶୋଇପଡନ୍ତୁ ଏବଂ ଆଖି ବନ୍ଦ କରନ୍ତୁ ।  ଉଭୟ ଗୋଡକୁ ଅଲଗା ରଖନ୍ତୁ । ଉଭୟ ହାତ ଶରୀରଠାରୁ ଟିକିଏ ଦୂରତାରେ ରଖନ୍ତୁ । ହାତ ଖୋଲା ଏବଂ ଉପର ଆଡ଼କୁ ମୁହଁ କରିବେ ।ଧୀରେ ଧୀରେ ଗଭୀର ନିଶ୍ୱାସ ନିଅନ୍ତୁ । ଧ୍ୟାନ ଆପଣଙ୍କ ନିଶ୍ୱାସ ଉପରେ ରଖନ୍ତୁ । ଆପଣଙ୍କୁ ଏହି ଶବାସନରେ ପ୍ରାୟ ୧୦ ରୁ ୧୨ ମିନିଟ୍ ପର୍ଯ୍ୟନ୍ତ ଗଭୀର ନିଶ୍ୱାସ ନିଅନ୍ତୁ ।

ଲାଭ

ଏହି ଶବାସନ ପ୍ରତିଦିନ କଲେ ସ୍ମୃତିଶକ୍ତି ଏବଂ ଧ୍ୟାନ ଉନ୍ନତ ହୁଏ । ମୁଣ୍ଡବିନ୍ଧାରୁ ମୁକ୍ତି ପାଇବା ପାଇଁ ଶବାସନ ଅଭ୍ୟାସ କରନ୍ତୁ । ଚିନ୍ତା ଏବଂ ଅବସାଦ ସମସ୍ୟାରୁ ରକ୍ଷା ପାଇବା ପାଇଁ ଶବାସନ ବେଶ୍ ଲାଭଦାୟକ । ଏହା ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଅନେକ ସକାରାତ୍ମକ ପ୍ରଭାବ ପକାଏ । ଶବାସନ ସାହାଯ୍ୟରେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ ଓ ଶରୀରର ସମସ୍ତ କ୍ଳାନ୍ତି ବହୁ ପରିମାଣରେ ଦୂର କରିପାରିବେ । ଆପଣଙ୍କର ଶକ୍ତି ସ୍ତର ମଧ୍ୟ ବୃଦ୍ଧି ହେବ ।

Comments are closed.