Latest Odisha News

ଆଇସୋଲେଶନରେ ୟୁପି ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ନିଜକୁ ଆଇସୋଲେଶନ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେତେକ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରି କି ଯୋଗୀ ଆଦିତ୍ୟନାଥ କେତେକ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା କହିଛନ୍ତି । ସେ ଟୁଇଟ କରି ଏ ସମ୍ପର୍କରେ ଜଣାଇଛନ୍ତି । ଅନ୍ୟମାନଙ୍କଠାରୁ ଅଲଗା ରହିବା ସତ୍ୱେ ଭର୍ଚୁଆଲରେ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସେ କହିଛନ୍ତି ।

BjdElectrycity

ଯୋଗୀ ତାଙ୍କ ସାମ୍ପୁଲ ପରୀକ୍ଷଣ ପାଇଁ ପଠାଇଛନ୍ତି । ଏହାର ରିପୋର୍ଟ ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । କାର୍ଯ୍ୟାଳୟର ୟୁପି ଆଡିଶନାଲ ଚିଫ ସେକ୍ରେଟାରୀ ଏସପି ଗୋୟଲ, ଓଏସଡି ଅଭିଷେକ କୌଶିକ, ସ୍ପେଶିଆଲ ସେକ୍ରେଟାରୀ ଅମିତ ସିଂ କରୋନା ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.