Latest Odisha News

BREAKING NEWS

CM Yogi’s Mother: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମା ସାବିତ୍ରୀ ଦେବୀଙ୍କ ପରଲୋକ…

ଲକ୍ଷ୍ନୌ: ପରଲୋକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ମା। ୯୧ ବର୍ଷ ବୟସରେ ସାବିତ୍ରୀ ଦେବୀଙ୍କ ଦେହାନ୍ତ ହୋଇଛି। ଉତରାଖଣ୍ଡ ପଞ୍ଚୁରରେ ଥିବା ପୈତୃକ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସାବିତ୍ରୀଦେବୀ। ବୟସଧିକ ତଥା ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଥିବା ବେଳେ ଶନିବାର ହରିଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ। ସାବିତ୍ରୀଦେବୀଙ୍କ ଦେହାନ୍ତ ଖବର ମିଳିବାପରେ ସବୁଠି ଶୋକର ଛାୟା ଖେଳିଯାଇଛି।

ଅନେକ ରାଜନୈତିକ ଦଳର ନେତା ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଥିବା ବେଳେ ୟୁନିଅନ ମିନିଷ୍ଟର ପଙ୍କଜ ଚୌଧୁରୀ ସୋସିଆଲ ମେଡ଼ିଆ ଏକ୍ସରେ ଶୋକବ୍ୟକ୍ତ କରିଛନ୍ତି। ଯୋଗୀଙ୍କ ମାଙ୍କ ଦେହାନ୍ତରେ ସେ ମର୍ମାହତ ବୋଲି ଲେଖିବା ସହ ଏକ ଅପୂରଣୀୟ କ୍ଷତି ହୋଇଛି କହି ଦୁଃଖ ପ୍ରକଟ କରିଛନ୍ତି। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏପରି ମୁହୂର୍ତ୍ତରେ ଦୁଃଖ ସହିବାର ଶକ୍ତି ଦିଅନ୍ତୁ ବୋଲି ଶ୍ରୀ ରାମଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ସାବିତ୍ରୀଦେବୀଙ୍କ ଦେହାନ୍ତ ରେ ଶୋକବ୍ୟକ୍ତ କରିଛନ୍ତି। ଯୋଗୀ ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ବାବା କେଦାରନାଥ ଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ ଏ ଦୁଃଖ ସମୟରେ ସାହସ ଦିଅନ୍ତୁ ବୋଲି ସୋସିଆଲ ମେଡ଼ିଆ ଏକ୍ସରେ ପ୍ରାର୍ଥନା କରିଛନ୍ତି। ଯୋଗୀ ତାଙ୍କ ମାଙ୍କୁ ବହୁତ ଭଲପାଉଥିଲେ ଏବଂ ସମ୍ମାନ କରୁଥିଲେ। ମାଙ୍କ ସହ ବିତେଇଥିବା ପ୍ରତ୍ୟେକ ମୁହୂର୍ତ୍ତ ଖୁବ ମୂଲ୍ୟବାନ ବୋଲି କହିଛନ୍ତି ଧାମୀ।

ଯୋଗୀ ଆଦିତ୍ୟନାଥ ଯାହାଙ୍କ ପ୍ରକୃତ ନାମ ଅଜୟ ସିଂହ ବିଷ୍ଟ। ୫ ଜୁନ ୧୯୭୨ରେ ତାଙ୍କୁ ଜନ୍ମ ଦେଇଥିଲେ ମା ସାବିତ୍ରୀ। ଯୁବବସ୍ତାରୁ ଘରୁ ବାହାରିଆସିଥିଲେ ଏବଂ ଜଣେ ପ୍ରସିଦ୍ଧ ପରମ୍ପରା ଓ ସଂସ୍କୃତି ସାଧକ ଵନିଯାଇଥିଲେ। ପରବର୍ତ୍ତୀ ସମୟରେ ରାଜନୀତିରେ ପ୍ରବେଶ କଲେ। ତାଙ୍କ ବାପା ଆନନ୍ଦ ସିଂହ ବିଷ୍ଟ ଫୋରେଷ୍ଟ ରେଞ୍ଜର ଭାବେ କାମ କରୁଥିଲେ। ତାଙ୍କର ବିରାଟ ପରିବାର ଆଉ ୪ ଭାଇ ଓ ୩ ଭଉଣୀଙ୍କ ମଧ୍ୟରେ ଯୋଗୀ ଥିଲେ ଦ୍ୱିତୀୟ ସନ୍ତାନ।ଗ୍ରୱାଲ ପାହାଡ ଉପରେ ଗୋଟିଏ ଘରେ ସମସ୍ତେ ରହୁଥିଲେ। ଏବେ ଏତେବଡ ରାଜନେତା ହେବ ପରେ ମଧ୍ୟ ଯୋଗୀ ତାଙ୍କ ପୈତୃକ ଗାଁ ଏବଂ ପରିବାର ସହ ସମ୍ପର୍କରେ ଅଛନ୍ତି। ସେମାନଙ୍କ ସାଙ୍ଗରେ ସବୁ ସୁଖଦୁଃଖରେ ସାମିଲ ରହିଛନ୍ତି।

Leave A Reply

Your email address will not be published.