Latest Odisha News

BREAKING NEWS

ନିରଞ୍ଜନ ଶତପଥୀଙ୍କ ଅନୂଦିତ ପୁସ୍ତକ ଯୋଗୀରାଜ ଶ୍ରୀକୃଷ୍ଣ ଉନ୍ମୋଚିତ

କଟକ : ବିଶିଷ୍ଟ ଶିକ୍ଷାବିତ ଡକ୍ଟର ନିରଞ୍ଜନ ଶତପଥୀଙ୍କ ଦ୍ୱାରା ଓଡ଼ିଆ ଭାଷାରେ ଅନୂଦିତ ‘ଯୋଗୀରାଜ ଶ୍ରୀକୃଷ୍ଣ’ ପୁସ୍ତକ, ସ୍ଥାନୀୟ ଗୋପବନ୍ଧୁ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି ।ପୁସ୍ତକଟି ମୂଳତଃ ଲାଲା ଲଜପତ ରାୟଙ୍କ ଦ୍ୱାରା ରଚିତ ହୋଇଥିଲା ।ଏହି ଅବସରରେ ନିରଞ୍ଜନ ରଥ, ଡ. ପ୍ରଭାସ ଆଚାର୍ଯ୍ୟ, ସୁଶାନ୍ତ ମହାନ୍ତି , ସ୍ଵର୍ଣ୍ଣଲତା ତ୍ରିପାଠୀ ଓ କାର୍ଟୁନିଷ୍ଟ ଜ୍ଞାନ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଲେଖକ ଶତପଥୀ ଏହି ପୁସ୍ତକଟିକୁ ଗୋପବନ୍ଧୁ ସାହିତ୍ୟ ମନ୍ଦିରକୁ ଦାନ କଲେ ଓ ଏହାର ବିକ୍ରିଅର୍ଥ ସମାଜ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ।

Comments are closed.